August 5, 2026
Home » ମର୍ତ୍ତ୍ୟବୈକୁଣ୍ଠ’ ଉନ୍ମୋଚିତ; ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ୫୬ କବିତା

ମର୍ତ୍ତ୍ୟବୈକୁଣ୍ଠ’ ଉନ୍ମୋଚିତ; ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ୫୬ କବିତା

0
DSC_5125

‘ଭକ୍ତିତୀର୍ଥ’ ଆଧ୍ୟାତ୍ମିକ ଚେତନା ମଞ୍ଚ ଆନୁକୁଲ୍ୟରେ ରେଡ଼କ୍ରସ ଭବନରେ ସୁଶାନ୍ତ କୁମାର ମହାନ୍ତିଙ୍କ ଲିଖିତ ‘ମର୍ତ୍ତ୍ୟବୈକୁଣ୍ଠ’ କବିତା ଗ୍ରନ୍ଥଟି ଉନ୍ମୋଚିତ ହୋଇଯାଇଛି। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ୫୬ଟି କବିତା ସ୍ଥାନ ପାଇଛି। ଭକ୍ତିତୀର୍ଥ’ ଆଧ୍ୟାତ୍ମିକ ଚେତନା ମଞ୍ଚ ଆନୁକୁଲ୍ୟରେ ରେଡ଼କ୍ରସ ଭବନରେ ସୁଶାନ୍ତ କୁମାର ମହାନ୍ତିଙ୍କ ଲିଖିତ ‘ମର୍ତ୍ତ୍ୟବୈକୁଣ୍ଠ’ କବିତା ଗ୍ରନ୍ଥଟି ଉନ୍ମୋଚିତ ହୋଇଯାଇଛି। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ୫୬ଟି କବିତା ସ୍ଥାନ ପାଇଛି। ଏହାକୁ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରାପ୍ତନ ନିର୍ଦ୍ଦେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନ ତଥା କୁଳପତି ବୈଦିକ ବିଶ୍ୱବିଦ୍ୟାଳୟ, ତିରୁବନ୍ନାମଲାଇ, ତାମିଲନାଡୁ ପ୍ରଫେସର ଡକ୍ଟର ହରିହର କାନୁନ୍ ଗୋ ମୂଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ଏଥିରେ ମୂଖ୍ୟବକ୍ତା ଭାବେ ପ୍ରଫେସର ନିରଞ୍ଜନ ପାଢ଼ୀ, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥିର ଭାବେ ସ୍ତମ୍ଭକାର ଶ୍ରୀରାମ ଦାସ ଓ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଯୋଗଦେଇ କବିତା ଗ୍ରନ୍ଥ ଉପରେ ତାଙ୍କର ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼ଃ ଧରାଶ୍ରୀ ମହାନ୍ତି, ସ୍ମିତା ମହାନ୍ତି ତାଙ୍କର ପୁସ୍ତକ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ଶେଷରେ ଜୟଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଅମିତା ପରିଡ଼ା।

Leave a Reply

Your email address will not be published. Required fields are marked *