ମହନ୍ତ ବଂଶୀଧର ଦାସ ଙ୍କ ଦ୍ୱାରା ଉଦଘାଟନ ହେଲା ଶୋଭା କେୟାର ହସପିଟାଲ ରେ ଆମ୍ବୁଲାନ୍ସ ସେବା
\ ସୁବର୍ଣ୍ଣପୁର — ଆଜି ଶୋଭା କେୟାର ହସପିଟାଲ ସୋନପୁର ପକ୍ଷରୁ ସର୍ବ ସାଧାରଣ ରୋଗୀ ସେବା ପାଇଁ ଏକ ନୂତନ ଆମ୍ବୁଲାନ୍ସ ର ଶୁଭାରମ୍ଭ କରାଯାଇଛି l ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ପୂଜା ଅର୍ଚ୍ଚନା କରାଯାଇ ଏହି ନୂତନ ଆମ୍ବୁଲାନ୍ସ ର ଶୁଭ ଉଦଘାଟନ କରାଯାଇଛି l ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ଶ୍ରୀ ବଂଶୀଧର ଦାସ ଜୀ ମହାରାଜ ଏହାକୁ ଶୁଭ ଉଦଘାଟନ କରି ଶୁଭ କାମନା ଜଣାଇଥିଲେ l ଆଜି ଶୋଭା କେୟାର ହସପିଟାଲ ର ଜଣେ ହାର୍ନିଆ ରୋଗୀ କଲଦାର ନାଗ ସୁସ୍ଥ ହେବା ପରେ ଏହି ଆମ୍ବୁଲାନ୍ସ ଦ୍ୱାରା ଖୁବ୍ ସ୍ୱଳ୍ପ ମୁଲ୍ୟ ରେ ରୋଗୀ ର ନିଜ ଗାଁ ବଲାଡି କୁ ପହଞ୍ଚାଇ ନୂତନ ଆମ୍ବୁଲାନ୍ସ ରେ ପ୍ରଥମ କରି ଆଜି ଏହି ରୋଗୀ ସେବା ପ୍ରଦାନ କରାଯାଇ ଥିବାରୁ ରୋଗୀ ର ପରିବାର ପକ୍ଷରୁ ଖୁବ୍ ପ୍ରଶଂସା କରାଯାଇଛି l ଶୋଭା କେୟାର ହସପିଟାଲ ର ଏମ ଡି ସୁବାଷ ପଣ୍ଡା ଓ ସଞ୍ଜୟ ବଡ ପଣ୍ଡା ଙ୍କ ପିତା ସ୍ବର୍ଗତ ଭିକାରୀ ପଣ୍ଡା ଓ ସ୍ୱର୍ଗତ ରମେଶ ବଡ ପଣ୍ଡା ଙ୍କ ସ୍ମୁତି ରେ ସର୍ବ ସଧାରଣ ରୋଗୀ ଙ୍କ ସେବା ପାଇଁ ଏହି ଆମ୍ବୁଲାନ୍ସ କୁ ଶୁଭାରମ୍ଭ କରାଯାଇଛି l ଏହି ଉଦଘାଟନ ସମୟ ରେ ଏମ ଡି ଶ୍ରୀ ପଣ୍ଡା ଙ୍କ ମାତା ମୋହିନୀ ପଣ୍ଡା ଓ ଶ୍ରୀ ବଡ ପଣ୍ଡା ଙ୍କ ମାତା ଆରତୀ ବଡ ପଣ୍ଡା, ଶ୍ରୀ ପଣ୍ଡା ଙ୍କ ଧର୍ମ ପତ୍ନୀ ବିଶ୍ବରାଣୀ ମହାପାତ୍ର, ଓ ବଡ ପଣ୍ଡା ଙ୍କ ଧର୍ମ ପତ୍ନୀ ଦୀପ୍ତି ମୟୀ ବଡ ପଣ୍ଡା ଙ୍କ ସମେତ ଦିବ୍ୟ ଉର୍ଜା ଯୋଗ ସେବା ସମିତି ସଭାପତି ଗୋପାଳ ନେଗି, ସମାଜ ସେବୀ ବୈକୁଣ୍ଠ ଶତପଥି, ମନୋଜ୍ ପଣ୍ଡା, ମନୋରଞ୍ଜନ ତ୍ରୀପାଠୀ , ସାମ୍ୱାଦିକ ରାଜ କିଶୋର ତ୍ରୀପାଠୀ ଓ ଶୋଭା କେୟାର ପାରିବାର ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର