May 15, 2025
Home » ମହାନଦୀ ପବ୍ଲିକ ସ୍କୁଲ ପରିସରରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ

ମହାନଦୀ ପବ୍ଲିକ ସ୍କୁଲ ପରିସରରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ

0
WhatsApp Image 2024-08-10 at 3.39.41 PM

 

ଗଣିଆରେ ଥିବା ମହାନଦୀ ପବ୍ଲିକ ସ୍କୁଲ ପରିସରରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଥାୟୀ ସଭାପତି ଅଖିଳ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ, ଉପସଭାପତି ସରୋଜ କୁମାର ଦାଶ, ସମ୍ପାଦକ ବ୍ରଜବନ୍ଧୁ ଦେହୁରୀ,ସହ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ବିଜୟ ଲକ୍ଷ୍ମୀ ରାଉତ, ପଙ୍କଜ କୁମାର ସାହୁ,ବ୍ରଜ କିଶୋର ସାହୁ, ଅଜିତ କୁମାର ଦାଶ,ସୁବ୍ରତ ରାଉତ,କୁନାକାନ୍ତ ବେହେରା, ସଦାଶିବ ପାତ୍ର,ରମେଶ କୁମାର ମିଶ୍ର, ରଞ୍ଜନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାପତି ସମସ୍ତଙ୍କୁ ସ୍ବାଗତ କରିବା ସହିତ ସଂଘ କିଭଳି ଆଗକୁ ଯିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଉପସ୍ଥିତ ସମସ୍ତ ସାମ୍ବାଦିକ ନିଜ ନିଜର ମତ ପୋଷଣ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘରେ ୨୨ ଜଣ ସଦସ୍ୟ ରହିଥିବାରୁ ସମସ୍ତେ ଖବରକୁ ଗୁରୁତ୍ବ ଦେବା ସହିତ ସୋସିଆଲ ଗ୍ରୁପ ରେ ଆକ୍ଟିଭ ରହିବାକୁ ସମ୍ପାଦକ ପରାମର୍ଶ ଦେଇଥିଲେ । ଖବରର ଗୁରୁତ୍ୱକୁ ଆଖି ଆଗରେ ରଖି ନିଛକ ତଥା ସତ୍ୟ ଖବର ପରିବେଷଣ କରିବାକୁ କାର୍ଯ୍ୟକାରୀ ସଭାପତି ସୂଚନା ପ୍ରଦାନ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘ ପଞ୍ଜିକୃତ ସଂଘ ହୋଇଥିବାରୁ କେବଳ ସାମ୍ବାଦିକତା ଭିତରେ ସୀମିତ ନରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବାକୁ ପଙ୍କଜ କୁମାର ସାହୁ ଆହ୍ବାନ କରିଥିଲେ । ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସଂଘକୁ ଆଗକୁ ନେବାକୁ ଚେଷ୍ଟା କରିବାକୁ କୋଷାଧ୍ୟକ୍ଷ ପ୍ରକାଶ କରିଥିଲେ । ପରିଶେଷରେ ଉପସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

 

ନୟାଗଡ ଜିଲ୍ଲା ଗଣିଆ ଇପିଏ ରୁ ବ୍ରଜ କିଶୋର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed