August 21, 2026
Home » ମାଣ୍ଡିଆ କ୍ଷେତ୍ର ଦିବସ ଆୟୋଜିତ l

ମାଣ୍ଡିଆ କ୍ଷେତ୍ର ଦିବସ ଆୟୋଜିତ l

0
WhatsApp Image 2024-11-08 at 12.42.30 PM

ବୌଦ୍ଧ–ବାରମୁଣ୍ଡା ଗାଁରେ ଆୟୋଜିତ ମଣ୍ଡିଆ କ୍ଷେତ୍ର ଦିବସ କାର୍ଯ୍ୟକ୍ରମରେ ବାରମୁଣ୍ଡା ,ତଳଗାଁ ,ବଡଭୁରୁତା, ସାନଭୁରୁତା ,ଖଲିସାହି କଣ୍ଠିପଦର ,ଛୀତିକାବାରୀ, କୁକୁଟି, ଉଡୁଗୁଜୁ, ରେମଣ୍ଡା ଅଞ୍ଚଳରୁ ଶତାଧିକ କୃଷକ, କୃଷି ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ଅଗ୍ରଣୀ ଚାଷୀ ଭାଗ ନେଇଥିଲେ।ଏଲକେବିକେ ଅନୁଷ୍ଠାନ,ସରସରା , ଶ୍ରୀ ଅନ୍ନ ଅଭିଯାନ ସହାୟତା ରେ ଆୟୋଜନର ମୁଖ୍ୟ ଅତିଥିମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା।
ବ୍ଲକ ସଂଯୋଜକ ସିତାକାନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ସଭାକାର୍ଯ୍ୟ ଆରମ୍ଭ କରିଥିଲେ , ସାଗର ଜାନୀ ଓ ତାଙ୍କ ମିଲେଟ୍ ଚାଷ କ୍ଷେତ୍ରରେ ହୋଇଥିବା ଦୁଇଟି ଫସଲ କାଟିବା ପରୀକ୍ଷା ବିଷୟରେ ତଥ୍ୟ ଭାଗୀଦାରମାନଙ୍କ ସହ ଆଦାନ ପ୍ରଦାନ କରିଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ପ୍ରଧାନ ଶ୍ରୀ ଅନ୍ନ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଉପସ୍ଥିତଙ୍କ ସହ ତାଙ୍କ ଉଦ୍ୟମକୁ ଉତ୍ସାହିତ କରିବାରେ ପ୍ରେରଣା ଦେଇଥିଲେ। ବିଏଓ ସବ୍ୟସାଚୀ ଦାସ ଚାଷ ଉତ୍ପାଦନ ବୃଦ୍ଧି ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ, ଯାହା ଚାଷୀମାନଙ୍କ ପାଇଁ ମୂଲ୍ୟବାନ ଶିକ୍ଷା ଭାବେ ସହାୟକ ହୋଇଥିଲା।

ପୁରୁଷୋତ୍ତମ ସାହୁ(AAO) ଜୈବ ସାରର ବ୍ୟବହାର ବିଷୟରେ ବିବରଣୀ ଦେଇଥିଲେ ଯେ କିପରି ପ୍ରାକୃତିକ ପଦ୍ଧତିରେ ମିଲେଟ୍ ଚାଷକୁ ସୁରକ୍ଷା କରିପାରିବ। ମିଲେଟ୍ କୃଷକମାନଙ୍କୁ ଜମିକୁ ସୁସ୍ଥ ରଖିବା ପାଇଁ ଜୈବ ଖାଦ୍ୟ ସାରର ଗୁରୁତ୍ୱ ଉପରେ ବୁଝାଇ ଥିଲେ।
ଅମରେନ୍ଦ୍ର ଭୋଇ (ABC)ଏବଂ ପୁନିଆ ସାହୁ (CEO)ସହିତ ସିଆରପି ଶ୍ରୀ ଅନ୍ନ ଅଭିଯାନ,ଏହି କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ। ଶେଷରେ ପୁନିଆ ସାହୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed