ମା’ରାମଚଣ୍ଡୀ ମନ୍ଦିରବେଢ଼ା ପରିସର ସଫେଇ ଓ ରାମକୁଣ୍ଡ ର ପୁନଃ-ରୁଦ୍ଧାର
ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ଶ୍ରୀଶ୍ରୀ ମା’ ରାମଚଣ୍ଡୀ ଙ୍କ ମନ୍ଦିର ବେଢ଼ା ପରିସରରେ ସଫେଇ କାର୍ଯ୍ୟ ସମ୍ପନ୍ନ ସାଂଗକୁ ବହୁ ମୂଲ୍ୟବାନ ଔଷଧୀୟଗୁଣ ସମ୍ପନ୍ନ ବୃକ୍ଷଚାରା ରୋପଣ କରାଯାଇଛି । ସ୍ୱଚ୍ଛ ସୁନ୍ଦର ପରିବେଶ ଏବଂ କୃତ୍ରିମ ବନାନୀ ଲକ୍ଷ୍ୟ ନେଇ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରୀ ରଖି ସଫଳତା ର ସହ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଏକ ନୂତନ ସୋପାନରେ ଉଦ୍ୟାକ୍ତାଗଣ ପହଞ୍ଚାଇଛନ୍ତି । ଆଗକୁ ଯେହେତୁ ପିକନିକ୍ ଋତୁ ର ଆଗମନ ହେଉଛି, ସେହି ମହତ୍ ଉଦ୍ଦେଶ୍ୟ ନେଇ ଏହାରି ପରିସରରେ ସ୍ୱଚ୍ଛନିର୍ମଳ ସୁନ୍ଦର ପରିବେଶ ସୃଷ୍ଟି କରିବା ନେଇ ପ୍ରତିଟି ପର୍ଯ୍ୟାୟରେ ବୃକ୍ଷ ରୋପଣ ଏବଂ ଏହାରି ପରିବେଶ ସଫେଇ ଅଭିଯାନ କାର୍ଯ୍ୟକ୍ରମ ର ବନ୍ଦୋବସ୍ତ କରାଯାଉଥିବା ଏକ ନିଆରା ଓ ଚର୍ଚ୍ଚା ର ବିଷୟ ହୋଇଛି ।
ଏହି ଅବସରରେ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀ ଙ୍କ ମନ୍ଦିର ପରିସରରେ ଶନିବାର ସକାଳେ ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ପୀଠ ପରିସରରେ ଥିବା ବହୁ ପୁରୁଣା ରାମକୁଣ୍ଡ କୁ ପୁନଃ-ରୁଦ୍ଧାର ଓ ସଫେଇ କରଯାଇଛି । ମନ୍ଦିର ପରିସୀମା ପୁରା ସଫେଇ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର୍ ବିନୋଦ ବେହେରା, ମୁଖ୍ୟଅତିଥି ଭାବେ ଯୋଗଦେଇ ନିୟୋଜିତ ବହୁ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରି ସାଧୁବାଦ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାମଚଣ୍ଡୀ ଟ୍ରଷ୍ଟ ବୋର୍ଡ ସଭାପତି ବିନୋଦ ପାଢ଼ୀ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଗୁରୁଜୀ ଦୀପକ ଦାଶ, ସଂଯୋଜକ କମଲ କୁମାର୍ ପଣ୍ଡା, ପୂଜା କମିଟୀ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,(ମହାରାଜ), କ୍ୟାଡ଼ର ଏ.ପି.ପି. ରାଜେଶ ମିଶ୍ର, ସମାଜସେବୀ ମନୋଜ ମିଶ୍ର, ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟଅଂଶଗ୍ରହଣ କରିଥିଲେ । ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଅଷ୍ଟମ ବାଟାଲିୟନ କର୍ମଚାରୀ, ହାବିଲଦାର,ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ଆକୁଣ୍ଠ ସହଯୋଗ ଓ ବଳିଷ୍ଠ ଅବଦାନ ନେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ଆଗକୁ ଅନେକଥର ଏଭଳି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସଂଯୋଜକ କମଲ କୁମାର୍ ପଣ୍ଡା ଗଣମାଧ୍ୟମ କୁ କହିଛନ୍ତି ।।