ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ
ରାଜ୍ୟ ଆଇନ ସେବା ପ୍ରାଧୁକରଣ ନିର୍ଦେଶ କ୍ରମେ ଆଜି ତା ୧୪.୦୯.୨୦୨୪ରିଖ ମାଲକାନଗରି ଜିଲ୍ଲା ଆଇନ ସେବା ପ୍ରାଧୁକରଣ,ତାଲୁକ ଆଈନ ସେବା ପ୍ରାଧୁକରଣ ମୋଟୁ ଏବଂ ଜେଏମଏଫସି, ମାଥୁଲି ଓ ଜେଏମଏଫସି କୁଡୁମୁଳୁ ଗୁମ୍ମା, ଗ୍ରାମ ନ୍ୟାୟଳୟ କୋରୁକୋଣ୍ଡା,ମାଲକାନଗିରି ଦ୍ବାରା ତୃତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥୁଲି, ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ଯ ଅନୁଷ୍ଠିତ ହୋଇ ଯାଇ ଅଛି |ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣ ର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ସତ୍ୟପ୍ରିୟ ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ବିଜୟ କୁମାର ଦାସ,ଜିଲ୍ଲା ଆଇନ ସେବା ପ୍ରାଧୁକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାଧୂକରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟାଧିକାରୀ ଦେବେନ୍ଦ୍ରନାଥ ବାଘ୍ର ପ୍ରଥମ ଶ୍ରେଣୀ ଦଣ୍ଡାଧୂକରି ମାଥ୍ଲି ଶ୍ରୀଯୁକ୍ତ ପଦ୍ମନାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ,ମୋଟୁ ଶ୍ରୀଯୁକ୍ତ ପ୍ରବୀଣ କୁମାର ହୋତା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, କୁଡୁମୁଳୁ ଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୮୪୬ ଗୋଟି ମକଦ୍ଦମର ଫଇସଲା କରାଯାଇ ୬୫୫୮୧୭୮/- ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ, ଅତିରିକୁ ଜିଲ୍ଲା ଜଜ କୋର୍ଟ ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ,ମୋଟୁ ଜେଏମଏଫସି କୋର୍ଟ, ମାଥ୍ଲି ଜେଏମଏଫସି କୋର୍ଟ, କୁଡୁମୁଲୁଗୁମ୍ଫା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧିକରଣ ମାଲକାନଗିରି, ତାଲୁକ ଆଈନ ସେବା ସମିତି,ମୋଟୁ ଓ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟନାୟକ