May 15, 2025
Home » ମାଲକାନଗିରି ସଦର ମହକୁମାରେ ଗାନ୍ଧୀ ଜୟନ୍ତୀ ପାଳିତ

ମାଲକାନଗିରି ସଦର ମହକୁମାରେ ଗାନ୍ଧୀ ଜୟନ୍ତୀ ପାଳିତ

0
WhatsApp Image 2024-10-02 at 2.48.33 PM

 

୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଆଜି ତା:୦୨/୧୦/ ୨୪ ରିଖ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଶ୍ରୀ ଆଶିଷ ଇଶ୍ବର ପାଟିଲ୍, ଭା.ପ୍ର.ସେ ଜିଲ୍ଲାପାଳ,ମାଲକାନଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୦୮ ଘଣ୍ଟିକା ସମୟରେ ସର୍କିଟ ହାଉସ୍ ସମ୍ମୁଖରେ ଥିବା ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାପୁଜୀଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ତହସିଲଦାର, ଲଳିତ ବାଘ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ତେରେସ୍କଭା ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ, ସନ୍ତ୍ରାସ ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ଼ା ଧନେଶ୍ଵର ମହାପାତ୍ର ଓ ଡ଼ଃ ରଞ୍ଜନ ସ୍ୱାଇଁ ମଞ୍ଚାସୀନ ଥିଲେ। ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ଅହିଂସା ମାର୍ଗକୁ ଆପଣାଇଥିଲେ ।ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ ।ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ ବୋଲି ଅତିଥି ମାନେ ନିଜନିଜର ମତବ୍ୟକ୍ତ ରଖିଥିଲେ। ନିଜ ଆଖପାଖ ପରିସର ଯେପରି କି ଘର ପରିସର, ସ୍କୁଲ, ଅଫିସ ପରିସର କୁ ସ୍ବଚ୍ଛ, ପରିଷ୍କାର ରଖିବା, ଗରୀବମାନଙ୍କୁ ସହଯୋଗ କରିବା ଆଦି ଛୋଟ ଛୋଟ ପ୍ରୟାସ କରି ଗାନ୍ଧୀଜୀଙ୍କ ଆଦର୍ଶ କୁ ଅନୁସରଣ କରି ପାରିବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ସେହିପରି ଗାନ୍ଧିଜୀଙ୍କ ଅଂହିସା, ସତ୍ୟ ଓ ଶାନ୍ତି ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ କରଯାଇଥିଲା । ଆଜିର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରାତଃ ୫ ଘଣ୍ଟିକା ସମୟରେ ଡାକ ବାକି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ ପୂର୍ବକ ସହର ପରିକ୍ରମା ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଓ.ପୂ.ସେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସରୋଜ ଦାସ ଓ ଲାଲୁ ତୁଷାର ପାଣି ଉପସ୍ଥିତ ରହି ସର୍ବଧର୍ମ ପ୍ରାର୍ଥନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ବୈଷ୍ଣବ ଜନତୋ ଓ ରଘୁବତି ରାଘବ ରାଜାରାମ ପରିବେଷଣ କରିଥିଲେ। ଏହି ଅବସରରେ ସକାଳ ୦୯ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ମନସ୍ଵୀ ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ବାଇଁ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ। ଏହି ଦିବସରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ ସର୍ବଶ୍ରେଷ୍ଠ ଏମବିକେ, ସିଆରପି, ବିପିଏମଙ୍କ ସମେତ ବିଡିଓଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed