ମାଲବାହି ଟ୍ରକ ଚକତଳେ ପଡ଼ି ବାଇକ୍ ଆରୋହୀ ଦୁଇଙ୍କ ମୃତ୍ୟୁ
କୋରାପୁଟ ୨୬ନଂ ଜାତୀୟ ରାଜପଥ ସଦର ଥାନା ନିକଟରେ ଏକ ମାଲବାହି ଟ୍ରକ ଚକତଳେ ପଡ଼ି ବାଇକ୍ ଆରୋହୀ ଦୁଇଙ୍କ ମୃତ୍ୟୁ କୋରାପୁଟରେ ଶନିବାର ସକାଳେ ଏକ ସଡକ ଦୁର୍ଘଟଣାରେ ଦୁର୍ଘଟଣାରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । କୋରାପୁଟ ଟାଉନ ଥାନା ନିକଟ ରେଳ ଓଭର ବ୍ରିଜ ତଳେ ମାଲ ପରିବହନ ଟ୍ରକ କୁ ଓଭରଟେକ କରି ଯାଉଥିବା ବେଳେ ପଛ ଚକ ଭିତରେ ଚାପି ହୋଇଗଲେ ଦୁଇଜଣ । ସୂଚନାନୁସାରେ,ଶନିବାର ସକାଳେ ଦୁଇଜଣ ନାବାଳକ କୋରାପୁଟରୁ ସୁନାବେଡ଼ା ରାସ୍ତାରେ ଯିବା ସମୟରେ ୧୪ ଚକିଆ ମାଲବାହୀ ଟ୍ରକର ପଛ ଚକ ତଳେ ପଡି ଯାଇଥିଲେ । ଦୁର୍ଘଟଣାରେ ଦୁଇ ନାବାଳକଙ୍କ ଶରୀର ଉପରେ ଟ୍ରକ ଚକା ଚଢି ଯିବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ହେଲପର ଗାଡି ଛାଡି ପଳାଇ ଯାଇଥିଲେ। ନିକଟସ୍ଥ ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାର ଖବର ପାଇବା ମାତ୍ରେ କୋରାପୁଟ ଟାଉନ ଥାନା ପୋଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଟିମ୍ ଚକତଳୁ ଦୁଇ ଶବକୁ ବାହାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପୋଷ୍ଟମର୍ଟମ କରିବାପାଇଁ ସ୍ଥାନାନ୍ତର କରିଛି। ଏହି ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପୋଲିସ ଟ୍ରକକୁ ଜବତ କରିଛି। ଘଟଣାର ତଦନ୍ତ କରାଯାଉଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ