April 27, 2025
Home » ମା’ଶାରଳା ମନ୍ଦିରରେ ଫୁଡ୍ ଇନ୍ସପେକ୍ଟ ଙ୍କ ଚଢ଼ାଉ।ସାମ୍ପୁଲ ସଂଗ୍ରହ

ମା’ଶାରଳା ମନ୍ଦିରରେ ଫୁଡ୍ ଇନ୍ସପେକ୍ଟ ଙ୍କ ଚଢ଼ାଉ।ସାମ୍ପୁଲ ସଂଗ୍ରହ

0
WhatsApp Image 2024-10-04 at 9.13.24 PM

 

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଚାଲିଛି ପାର୍ବଣ ପୂଜା ।ଦୈନଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।ତେବେ ମାଙ୍କ ନିକଟରେ ହେଉଥିବା ନୀତିକୁ ନେଇ ବଡ଼ ବୟାନ ରଖିଛନ୍ତି ମନ୍ଦିରର ବଡ଼ପଣ୍ଡା ।ମାଙ୍କ ର ବାଟି ବାଟି ସମ୍ପତି ଥିବା ବେଳେ କିଣା ଚାଉଳରେ ରୋଷେଇ ହେଉଛି,ଲାଗୁଛି ଭୋଗ ।ମାଙ୍କ ନୀତି ପାଇଁ ବ୍ୟବହୃତ ହେଉଥିବା ଘିଅ ଅତି ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା ।ମନ୍ଦିର କତ୍ତୃପକ୍ଷ ଏହି ଘିଅ ଓମଫେଡରୁ ଆଣୁଥିବା କଥା ବଡପଣ୍ଡାଙ୍କୁ କହିଥିବା ବେଳେ ତାହାର କ୍ବାଲିଟି ଠିକ ନୁହେଁ ଓ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା।

ଏହାର ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେ ଅଭିଯୋଗ କରିଥିଲେ। ବିଭିର୍ଣ ଖବର କାଗଜ ରେ ଏ ନେଇ ଖବର ଆସିବା ପରେ ଫୁଡ଼ୁ ସେଫଟି ଅଧିକାରୀ ଶାରଳା ମନ୍ଦିରରେ ପହଁଞ୍ଚି ଶାରଳା ମନ୍ଦିର ଭଣ୍ଡାର ଘର ଉପରେ ଜଗତସିଂହପୁର ଫୁଡ଼ ଇନ୍ସପେକ୍ଟର ଙ୍କ ଚଢ଼ାଉ କରିଛନ୍ତି ।ଘିଅର ମାନ ଯାଞ୍ଚ ପାଇଁ ସାମ୍ପୁଲ ସଂଗ୍ରହ କରିଛନ୍ତି।ମାନ ପରିକ୍ଷା ପରେ ସୁଧତା ଜଣାପଡିବ ବୋଲି ଫୁଡ୍ ସେପଟି ଅଫିସ କହିଛନ୍ତି। ତେବେ ଭୋଗ ପ୍ରସ୍ତୁତ କାରୀଙ୍କ ମେଡିକାଲ ରିପୋର୍ଟ, ପାଣି ବିଶୁଦ୍ଧତା ଉପରେ କିଛି ମନ୍ତବ୍ୟ ଦେଇ. ନଥିବା ଜଣା ଯାଇଛି । ଖାଲି ସାରଳା ମନ୍ଦିର ନୁହେଁ ସବୁ ଦେବାଳୟ, କେକେ ଫ୍ୟାକଟେରୀ, ଗଳି କନ୍ଦୀରେ ପ୍ରସ୍ତୁତ ହେଉଥିବା ପାଣି ପାଉଛୁ, ମିକିଶ୍ଚର କାରଖାନା ଉପରେ ଫୁଡ଼ୁ ସେଫଟି ବାଲା ଙ୍କ ନଜର ପଡିବା ଉଚିତି ଫଳରେ ବହୁ ଅପମିଶ୍ରଣ କାରି ଠାବ ହୋଇ ପାରିବେ!

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ.

Leave a Reply

Your email address will not be published. Required fields are marked *