ମାୟାବର୍ହା ସ୍କୁଲ ତରଫରୁ ବଳରାମ ଓ ସିତୁ ଙ୍କୁ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପାଂଚାୟତ ହାଇସ୍କୁଲ ମାୟାବର୍ହା ପ୍ରାଙ୍ଗଣରେ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ୨୦୨୪ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିଥିବା ମ୍ୟାଟ୍ରିକ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବଲାଙ୍ଗୀର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ସମ୍ମାନୀତ ଅତିଥି ଜିଲ୍ଲାପାଳ ଅନ୍ୟା ଦାଶ, ଆବାହକ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଜିଲ୍ଲା ର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି । ଏହିକ୍ରମରେ ମାୟାବର୍ହା ହାଇସ୍କୁଲର ଛାତ୍ର ବଳରାମ ବିଶ୍ୱାଳ ଙ୍କୁ ଭାଷାବୃତ୍ତି ଓଏକାଡେମିକ ପୁରସ୍କାର ଏବଂ ସିତୁ ସାହୁଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନକରାଯାଇଛି । ଏଣୁ ଏହି ବିଦ୍ୟାର୍ଥୀ ଦ୍ୱୟଙ୍କୁ ମାୟାବର୍ହା ହାଇସ୍କୁଲ ତରଫରୁ ଆଜି ଶନିବାର ଗଣେଶ ପୂଜା ଅବସରରେ ଫୁଲତୋଡା, ଉପଢୌକନ, ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ଶିିକ୍ଷକ ଦିନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବଳରାମ ଓ ସିତୁ ଉଭୟେ ମାୟାବର୍ହା ହାଇସ୍କୁଲରେ ପାଠ ପଢିଥିବାରୁ ନିଜକୁ ଗୌରବାନ୍ୱୀତ ଅନୁଭବ କରିଛନ୍ତି । ଉକ୍ତ ୫ଟି ସ୍କୁଲରେ ଶିକ୍ଷା ଆହରଣର ବିଭିନ୍ନ ଉପାଦାନ ଯୋଗାଇ ଦିଆଯାଇଛି ତେଣୁ ସେମାନଙ୍କ ଆବେଗିକ, ବୈଷୟୀକ, ଡିଜିଟାଲ ସ୍ତରୀୟ ଜ୍ଞାନ ର ପରିସୀମା ବୃଦ୍ଧି ହୋଇପାରିଥିଲା ଏବଂ ଶିକ୍ଷକଙ୍କ ଦ୍ୱାରା ଲାଇଫ୍ସ୍କୁିଲ ସଂପର୍କିତ ବିଭିନ୍ନ କୌଶଳର ସେମାନଙ୍କୁ ଆକୃଷ୍ଟ କରିଥାଏ ବୋଲି ମତବ୍ୟକ୍ତ କରିଛନ୍ତି । ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହୋଇଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସମେତ ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଆଲୁମିନି କିରଣ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର