ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
।
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଡକର୍ଲେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବର୍ତ୍ତମାନ ସମୟରେ ପୁଅଝିଅ ସମସ୍ତେ ସମାନ ଓ ସମାନ ଅଧିକାରର ହକଦାର ବୋଲି ମତ ବ୍ୟକ୍ତ କରିଥିଲେ । ପରିଚାଳନା କମିଟି ସଦସ୍ୟ ତଥା ଶିକ୍ଷାବିତ ସମ୍ପଦ ଖମାରୀ ସମ୍ମାନିତ ଅତିଥି ଭାବରେ ମଂଚାସୀନ ହୋଇ ଝିଅର ବାପା ହୋଇଥିବାରୁ ଗର୍ବିତ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଆଲୁମିନି ସଦସ୍ୟା ସ୍ନିଗ୍ଧା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଝିଅ ବୋଝ ନୁହେଁ ଝିଅ ସ୍ୱାଭିମାନ ବୋଲି ମତ ପ୍ରକାଶ କରିଥିବା ବେଳେ ଶିକ୍ଷକ କିରଣ କୁମାର ପୁଟେଲ ସଭା ସଂଯୋଜନା କରିଥିଲେ l ଛାତ୍ରୀ ଲବିତା, ମନୀଷା ଓ ଜୁବୁଲି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ଛାତ୍ରୀ ଡଲି ସାହୁ, ରୁବି ପୋଢ଼,ପ୍ରତୀକ୍ଷା ଭୋଇ ଓ ଜସ୍ମିନ ତାଣ୍ଡି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଛାତ୍ରୀ ରୋଶନୀ ପୁଟେଲଙ୍କ ଜନ୍ମଦିନ ଅତିଥିଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା l ଶେଷରେ ଶିକ୍ଷକ ରାଜୁ ମେହେର ଧନ୍ୟବାଦ ପ୍ରଦାନ କରିଥିବା ବେଳେ କର୍ମଚାରୀ ବିଭୀଷଣ ଖମାରୀ,ସୁରଜ ଖମାରୀ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..
