ମାୟାବର୍ହା ହାଇସ୍କୁଲରେ ଓଡ଼ିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ l
ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ସେଠୀ ଓ ଦୀପ୍ତିଶିଖା ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆମ ଖାଦ୍ୟ ବିଶ୍ୱପ୍ରସିଦ୍ଧ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ କନ୍ଦା ଗାଡ ହାଇସ୍କୁଲର ପୂର୍ବତନ ଶିକ୍ଷକ ସମ୍ପଦ ଖମାରୀ, ଖେଳ ଶିକ୍ଷକ ଚିନ୍ମୟ ଦାସ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆଭା ସାହୁ , ପ୍ରୀତି ପ୍ରଧାନ , ଆୟୁଷି ନାୟକ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶେଷରେ ବିଦ୍ୟାଳୟ ତରଫରୁ ଓଡ଼ିଶା ରୁଚି ଓ ପରମ୍ପରା ଅନୁସାରେ ସମସ୍ତଙ୍କୁ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷକ କିରନ କୁମାର ପଟେଲ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସଞ୍ଜୀବ ପୂଜାରୀ, କିଶୋର ଚନ୍ଦ୍ର ପଟେଲ ,ଲିପି ପ୍ରଧାନ, ବିଭୀଷଣ ଖମାରୀ,, ସୂରଜ ଖମାରୀ , ସମୀର କଥାର, ଶୋଭାଗିନୀ ସାହୁ, ସୂର୍ଯ୍ୟକାନ୍ତ କାଣ୍ଡ ଓ କିଶନ ଖମାରୀ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
