May 15, 2026
Home » ପଞ୍ଚାୟତ ସ୍ତରୀୟ ବିଶ୍ଵରତ୍ନ ବି, ଆର, ଆମ୍ବେଦକରଙ୍କ135 ତମ ଜୟନ୍ତୀ ପାଳନ

ପଞ୍ଚାୟତ ସ୍ତରୀୟ ବିଶ୍ଵରତ୍ନ ବି, ଆର, ଆମ୍ବେଦକରଙ୍କ135 ତମ ଜୟନ୍ତୀ ପାଳନ

0
WhatsApp Image 2026-04-15 at 9.44.03 AM

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ୍ ଅନ୍ତର୍ଗତ ଅଇଁ ଲାପାଲି ତେନ୍ତୁଲିଟିକ୍ରା ରେ ପଞ୍ଚାୟତ ସ୍ତରୀୟ ବିଶ୍ଵରତ୍ନ ବି, ଆର, ଆମ୍ବେଦକରଙ୍କ135 ତମ ଜୟନ୍ତୀ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ପାଳନ କରାଯାଇଛି, ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଆୟୋଜିତଏହି ମହାସମାରୋହରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟଲୋକମାନେ ଯୋଗଦେଇଥିଲେ,ଏହି ଅବସରରେଭେଡେନ ବି,ଡ଼ି,ଓ କର୍ଣ୍ଣ ସୁନା ମୂଖ୍ୟଅତିଥି ଭାବେ ଯୋଗଦେଇ ବାବା ସାହେବଙ୍କ ଜୀବନୀ ଓ ତାଙ୍କର ସମାଜ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ. ସେ କହିଥିଲେ ଯେ ଡଃ ଅମ୍ବେଦକର ମାନବ ସମତା, ଶିକ୍ଷା ଓଅଧିକାର ପାଇଁ ଯେପରି ଲଢ଼େଇକରିଥିଲେ,ସେଥିପାଇଁ ସମସ୍ତ ପ୍ରେରଣାଦାୟକ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀଗୁଣମଣୀ ସୁନାନୀ, ଅବସରପ୍ରାପ୍ତ ବିଦ୍ୟୁତକର୍ମଚାରୀ ଉର୍କୁଲୁ ତାଣ୍ଡି, ୟୁ କୋ ବେଙ୍କର ଅବସରପ୍ରାପ୍ତ ଅଧିକାରୀ ପରମେଶ୍ଵର ଲୁହା ଓ ବିଭିନ୍ନ କଲେଜର ଅଧ୍ଯ। ପକମାନେ ମଧ୍ୟ ଉପସ୍ଥିତ ଥିଲେ, ସେମାନେ ମଧ୍ୟ ଆମ୍ୱେଦକରଙ୍କ ଆଦର୍ଶ ଅନୁସରଣ କରିସମାଜକୁ ଆଗକୁ ନେବାକୁ ଆହ୍ଵାନକରିଥିଲେ, କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ବାବାସାହେବଙ୍କ ଫଟୋକୁ ପୁଷ୍ପାଞଳି ଅର୍ପଣକରିଥିଲେ ଏବଂ ତାଙ୍କର ଜୀବନ ଦର୍ଶନକୁ ସ୍ମରଣ କରିଥିଲେ,

 

ସାମାଜିକ ସମାନତା, ଶିକ୍ଷାର ଗୁରୁତ୍ଵ ଓ ସଂବିଧାନର ମୂଲ୍ଯବୋଧ ଉପରେ ବିଭିନ୍ନ ଭାଷଣ ଦେଇଥିଲେ, ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଶ୍ରୀମତୀ ପଦ୍ମିନୀ ଗଡ଼ତିଆ କରିଥିବାବେଳେ ସମ୍ପାଦକ ଗୋବିନ୍ଦ ମହାନନ୍ଦସମଗ୍ର କାର୍ଯ୍ୟକ୍ରମର ସଫଳ କରିଥିଲେ, ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମାପ୍ତ ହୋଇଥିଲା,ଏହି ଉତ୍ସବମାଧ୍ୟମରେ ଅଞ୍ଚଳର ଲୋକମାନେ ବାବାସାହେବଙ୍କ ଆଦର୍ଶକୁ ଆଉ ନିକଟରୁ ଜାଣିବା ସହିତ ସମାଜରେ ସମତା ଓ ନ୍ୟାୟ ପ୍ରତି ସଚେତନ ହୋଇଥିବା ଦେଖାଗଲା, ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଅଞ୍ଚଳର ଲକ୍ଷେ ଘର ଗଣ୍ଡା ସମାଜର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇ ଆନନ୍ଦ ସୁନା ସଭା ଭଙ୍ଗ କରିଥିଲେ,

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *