May 17, 2025
Home » ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2024-08-20 at 12.22.42 PM

 

ବୌଦ୍ଧ –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ କାଉନସିଲର ବନମାଳୀ ମେହେର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ପିତାମାତା ସକ୍ରିୟ ଭାବରେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ।

ବୃକ୍ଷର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଛାତ୍ରଛାତ୍ରୀ ମାନେ ନିଜ ପରିବେଶ ତଥା ନିଜ ନିଜ ଗ୍ରାମରେ ସମସ୍ତେ ଧରିତ୍ରୀ ମା ପାଇଁ ଗୋଟେ ଗୋଟେ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ । ସବୁଜ ବନାନୀ ସୃଷ୍ଟି କରିବା, ଗଛ ଲଗାଇବା ସହିତ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଅଲୋକ ପରଡ଼ିଆ, ଦୁଷ୍ମନ୍ତ ବିଶ୍ୱାଳ, ସରୋଜ ସାହୁ ଶିକ୍ଷୟିତ୍ରୀ ହେମାବନ୍ତି ବାଘ, ଏ.ମ୍ ମାଧୁରୀ ଦୋରା, ମୀରାବାଇ ଧାରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଇକୋ କ୍ଲବ ଇନଚାର୍ଜ ସୁଜିତ୍ କୁମାର ତାରିଆ ପରିଚାଳନା କରିଥିଲା ବେଳେ ଶିକ୍ଷକ ଆଲୋକ ପରଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *