June 24, 2026
Home » ମା’ ସମେତ ଦୁଇ ପୁଅ ଗିରଫ

ମା’ ସମେତ ଦୁଇ ପୁଅ ଗିରଫ

0
WhatsApp Image 2026-06-23 at 10.21.10 AM

 

ନରେନ୍ଦ୍ରକୋଣ ନିକଟରେ ଥିବା ଏକ ସରକାରୀ ଜମି ଦଖଲକୁ କେନ୍ଦ୍ର କରି ଦୁଇ ପଡ଼ୋଶୀ ମଧ୍ୟରେ ବିବାଦ ରହିଥିଲା । ଏହି ବିବାଦକୁ କେନ୍ଦ୍ର କରି ଏକ ପରିବାର ଗତ ୭ ତାରିଖ ବିଳମ୍ବିତ ରାତିରେ ଘରେ କେହି ନ‌ଥିବାର ସୁଯୋଗ ନେଇ ପଡ଼ୋଶୀ କାନ୍ଥରେ ସିନ୍ଧି ଚୋରି କରି ସେଠାରୁ ସିସି କ୍ୟାମେରା, ଟିଭି ସମେତ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନସାମଗ୍ରୀ ଲୁଟି ନେଇ ଓଲଟା ପଡ଼ୋଶୀଙ୍କ ନାମରେ ମିଥ୍ଯ ଅଭିଯୋଗ କରିଥିଲେ। ଟାଉନ ଥାନାରେ ଏନେଇ ଦୁଇଟି ମାମଲା ରୁଜୁ କରି ପୁଲିସ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିବାରେ ଘଟଣାର ସତ୍ୟକୁ ଉନ୍ମୋଚନ କରିଛି|
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୭ବ୍ରହ୍ମପୁରକୁ ତାରିଖ ଦିନ ନରେନ୍ଦ୍ରକୋଣ ଅରକ୍ଷିତ ସାହୁ ତାଙ୍କ ପରିବାରକୁ ନେଇ ଯାଇଥିଲେ। ଏହାର ସୁଯୋଗ ତାଙ୍କ ପଡ଼ୋଶୀ ଲଳିତା (90), ନେଇ ବେହେରା (୨୭), ସଞ୍ଜିତ ରଞ୍ଜିତ ବେହେର।
ପଶି ସିସି କ୍ୟାମେରା, ଏଲ୍‌ଇଡି ଟିଭି, ଷ୍ଟାଣ୍ଡ ଫ୍ୟାନ୍ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ | ତା’ ପର ଦିନ ଭୋର ସମୟରେ ଲଳିତା ଅରକ୍ଷିତଙ୍କ ନାମରେ ଏକ ମିଥ୍ୟା ଜାତିଗତ ଆକ୍ଷେପ ଅଭିଯୋଗ କରି ପରିବାରର ଅନ୍ୟମାନଙ୍କୁ ନେଇ ଫେରାର ହୋଇଯାଇଥିଲେ । ଘର ମୁଖ୍ୟଦ୍ଵାର ତାଲା ଭାଙ୍ଗି ଘର ଭିତରେ
ପୁଲିସକୁ ତଦନ୍ତରେ କୌଣସି ପ୍ରକାର ସହଯୋଗ କରିନଥିଲେ | ସେପଟେ ୮ ତାରିଖ ପୂର୍ବାହ୍ନ ୮ଟା ସମୟରେ ଅରକ୍ଷିତ ପୁରୀ ଫେରି ତାଙ୍କ ଘର ତାଲା ଭାଙ୍ଗି ଲୁଟ୍ ହୋଇଯାଇଥିବା ଜାଣିବା ପରେ ସେ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରେ ଲଳିତାଙ୍କ ପରିବାର ପଡ଼ୋଶୀ ଅରକ୍ଷିତଙ୍କ ଘର କାନ୍ଥ ଛ କଣା କରି ଲୁଟ୍‌ତରାଜ କରି କରିଥିବା ଜାଣିବାକୁ ପୁଲିସ ସମସ୍ତ ପ୍ରକାର ପ୍ରମାଣ ପାଇଥିଲା। ତାଙ୍କ ସଂଗ୍ରହ କରିବା ପରେ ଆଜି ଲଳିତା ଓ ତା’ର ଦୁଇ ପୁଅ ପୁଅ ରଞ୍ଜିତ ଓ ସଞ୍ଜିତକୁ ଗିରଫ ପରେ କୋର୍ଟଚାଲାଣ କରିଥିବା ପୁଲିସ କହିଛି। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ୧୦ଟି ମାମଲା ରହିଥିବା ପୁଲିସ କହିଛି |

Leave a Reply

Your email address will not be published. Required fields are marked *