June 24, 2026
Home » ପାରାଦୀପ ପୌରପାଳିକା ପକ୍ଷରୁ ବେଳାଭୂମିରେ ଯୋଗ ଦିବସ ପାଳିତ

ପାରାଦୀପ ପୌରପାଳିକା ପକ୍ଷରୁ ବେଳାଭୂମିରେ ଯୋଗ ଦିବସ ପାଳିତ

0
WhatsApp Image 2026-06-24 at 2.23.43 PM (1)

ପାରାଦୀପ : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ସମୁଦ୍ର ବେଳାଭୂମିର ବିଜୁ ମୈଦାନ ଠାରେ ଏକ ସାମୁହିକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି lଏଥିରେ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଯୋଗର ଉପାଦେୟତା ଓ ଯୋଗ କରିବା ଦ୍ୱାରା ଶରୀରର ଉପରେ କଣ ପ୍ରଭାବ ପଡ଼େ ସେ ସମ୍ପର୍କରେ ଆଲୋଚନା କରିବା ସହିତ ରୀତିମତ ଯୋଗ କରିବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ l

‘ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ’ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଂକ୍ୟ ବାବୁରାଓ ମାଣେ, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ. ସସ୍ମିତା ସତପଥି, ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିବାବେଳେ ବେଳେ ପାରିଷଦ, ସ୍ୱେ୍ଛାସେବୀ ଓ ଜନସାଧାରଣ ବାହୁ ସଂଖ୍ୟାର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ |

 

prasanta dash nka report

Leave a Reply

Your email address will not be published. Required fields are marked *