October 12, 2024
Home » ମିନର୍ଭା ରାଇସ ମିଲରେ ଚାଷୀଙ୍କ ଧାନ ଓଜନରେ ଠକେଇ ଅଭିଯୋଗ

ମିନର୍ଭା ରାଇସ ମିଲରେ ଚାଷୀଙ୍କ ଧାନ ଓଜନରେ ଠକେଇ ଅଭିଯୋଗ

0

ରାଜ୍ୟର ମେରୁଦଣ୍ଡ ଚାଷୀ। ଓଡିଶା ପ୍ରଦେଶର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସିମିତ ସମ୍ବଳ ଉପଯୋଗ କରି ଚାଷୀ ଚାଷ କରୁଥିଲେ ମଧ୍ୟ ଚାଷୀ ଶୋଷଣର ଶିକାର ହେଉଛନ୍ତି। ରାଜ୍ୟର ଜଣେ କୃଷି ମନ୍ତ୍ରୀଙ୍କୁ ଠକିଛନ୍ତି ମିନର୍ଭା ରାଇସ ମିଲ୍। ଏନେଇ ସେତେବେଳେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିକଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାୟାର ହୋଇଥିଲା। ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଲେ ମିଲ ମାଲିକମାନେ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣିପାରିବେ ନାହିଁ। ଏନ ସି ଏସ ଏସ ଏଲ,ମାର୍କଫେଡ,ନାଫେର୍ଡ,ପ୍ୟାକ୍ସ ,ଯୋଗାଣ ନିଗମ,ଏଫସିଆଇ ମାଧ୍ୟମରେ ଧାନକିଣି ମିଲ ମାଲିକଙ୍କୁ କଷ୍ଟମ ମିଲିଂ ପାଇଁ ଦିଆଗଲା। ଏହାଦ୍ବାରା ଚାଷୀ ଶୋଷଣର ଶିକାର ହେବେ ନାହିଁ ଏବଂ ଉଚିଥ ମୁଲ୍ୟ ପାଇପାରିବେ। କିନ୍ତୁ ଲାଭଖୋର ମିଲ ମାଲିକ ସରକାରଙ୍କ ଉକ୍ତ ନିୟମକୁ ଅନୁସରଣ କଲେ ନାହିଁ। ଭିନ୍ନ ଉପାୟରେ ଚାଷୀଙ୍କୁ ଲୁଟ୍ ପାଇଁ ବ୍ୟବସ୍ଥା ବାହାର କଲେ। ସରକାର ମିଲ ମାଲିକଙ୍କୁ ଟାର୍ଗେଟ ଦେଲେ ଏବଂ ସେହି ଟାର୍ଗେଟ ପୁରଣ ପାଇଁ ବିଭିନ୍ନ ଜାଲିଆତି ପ୍ରକ୍ରିୟା ଆରମ୍ଭ ହେଲା। ଚାଷୀ ମିଲକୁ ଧାନ ନଆଣି ଟାର୍ଗେଟ ପୂରଣ କରିବା ସହଜ ଥିଲା। କାରଣ ସରକାରୀ କର୍ମଚାରୀଙ୍କୁ ହାତକରି ଫଲର୍ସ ଏଣ୍ଟ୍ରି କରାଇ ଟାର୍ଗେଟ ପୁରଣ କରିବା ଦ୍ବାରା ସରକାରୀ କର୍ମଚାରୀ ଓ ମିଲ ମାଲିକମାନେ ଲାଭବାନ ହେଉଥିଲେ। ଯେଉଁ ଚାଷୀ ମିଲକୁ ଧାନ ଆଣି ସରକାରୀ ମୁଲ୍ୟ ପାଇବା କଥା ପ୍ରକୃତରେ ଠକେଇ ର ଶିକାର ହେଉଥିଲେ। ମିଲରେ ଧାନଗାଡି ଓଜନ କରିବା ସମୟରେ ମିଲ ମାଲିକ ମାନେ ଚତୁରତାର ସହିତ ଚାଷୀଙ୍କୁ ଧାନ ଓଜନରେ ଠକୁଥିଲେ।

ଥରେ ନଜର ପକାନ୍ତୁ ବଲାଙ୍ଗିର ଭଦ୍ରାପାଲିରେ ଥିବା ମିନର୍ଭା ରାଇସ ମିଲ ର ଏହି ଓଜନ ସ୍ଲିପ ଉପରେ। ରାଜ୍ୟର ପୂର୍ବତନ କୃଷିମନ୍ତ୍ରୀ ସ୍ବର୍ଗତ ମୁରଲିଧର ଗୁରୁ ୧୬.୨.୨୦୦୬ରେ ୨୪୦ ବସ୍ତା ଧାନ ଓଜନ କରାଇଲେ। ଧାନ ଲୋଡ ଥିବା ସଂମ୍ପୁର୍ଣ୍ଣ ଗାଡିର ଓଜନ ହେଲା ୧୭ ଟନ୍ ୯୮୦ କେଜେ। କିନ୍ତୁ ଓଜନ ସ୍ଲିପ ଇନଚାର୍ଜ ବୃନ୍ଦାବନ ନାଏକ ଗାଡିର ଓଜନ ୧୭ ଟନ୍ ୭୫୦ କେଜି ବୋଲି ଅନ୍ୟ ଏକ ଓଜନ ସ୍ଲିପ ପ୍ରସ୍ତୁତ କରି ଚାଷୀଙ୍କୁ ଧରାଇଦେଲେ। ଗୋଟିଏ ଟ୍ରକ ଧାନ ଓଜନରେ ୨୩୦କେଜି ଓ କ୍ବାଲିଟି କଟ ବାବଦରେ ୨୩୩ କେଜି ଏହିପରି ସର୍ବମୋଟ ୪୬୩କେଜି ଧାନ ଚାଷୀଙ୍କର କାଟିଦେଲେ। ଓଜନରେ ଏମିତି ଠକେଇ ଚାଷୀ ଜାଣିପାରିଲେ ନାହିଁ। ଚାଷୀଙ୍କ ଅଜାଣତରେ ମିଲ ମାଲିକ ମାନେ ବର୍ଷ ବର୍ଷ ଧରି ଚାଷୀଙ୍କୁ ଶୋଷଣ କରିଛନ୍ତି।
ସାଆନ୍ତପୁର ପେକ୍ସରୁ ଆସିଥିବା ଧାନ ଗାଡିର ନମୁନା ଦେଖନ୍ତୁ। ଓଜନ ସ୍ଲିପ ନଂ ୫୧ ତା ୧.୧.୨୦୦୭ । ଗାଡି ନମ୍ବର ଓଆର ୧୫ବି ୬୪୫୫। ଗାଡିରେ ୨୮୦ ପାକେଟ ଧାନ ମିଲକୁ ଆସିଥିଲା। ଧାନ ଗାଡିର ଓଜନ ୨୦ ଟନ୍ ୪୭୫ କେଜି ହେଲା। କିନ୍ତୁ ଓଜନ ମାପ ଅଧିକାରୀ ବୃନ୍ଦାବନ ନାଏକ ତାକୁ ୨୦ଟନ୍ ୩୦୫ କେଜି ଲେଖିଲେ। ସିଧାସଲଖ ଚାଷୀଙ୍କ ଧାନ ୧୭୦ କେଜା କାଟିଦେଲେ ଏବଂ ପୁଣି କ୍ବାଲିଟି ବାବଦରେ ୪୦୪ କେଜି କାଟିଲେ। ଏମିତି କରି ଗୋଟିଏ ଗାଡିରୁ ସର୍ବମୋଟ ୫୭୪ କେଜି ଧାନ କାଟି ଦେଇ ଚାଷୀଙ୍କୁ ଶୋଷଣ କରିଛନ୍ତି। ଫଳରେ ଚାଷୀଙ୍କ ଧାନ ଶୋଷଣ କରୁଥିବା ରାଇସ ମିଲକୁ ବ୍ଲାକଲିଷ୍ଟେଡ କରିବାକୁ ଦାବୀ କରିଛନ୍ତି ସୂଚନା ଅଧିକାର କର୍ମୀ ନୀଳମଣୀ ଯୋଶୀ।

Leave a Reply

Your email address will not be published. Required fields are marked *