ମୁନିସିପାଲିଟି ର ଟେକ୍ସ କଲେକ୍ଟର ନିଲମ୍ବିତ
ସୁବର୍ଣ୍ଣପୁର— ବିଭାଗୀୟ କାର୍ଯ୍ଯ ରେ ଅବହେଳା ଓ ମନମାନି ଯୋଗୁଁ ଆଜି ମୁନିସିପାଲିଟି ର ଟେକ୍ସ ଏଣ୍ଡ ଫ୍ରି କଲେକ୍ଟର କୃଷ୍ଣଭକ୍ତ ନାଏକ ଙ୍କୁ ନିଲମ୍ବନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ l ପ୍ରକାଶ ଥାଉ କି ଯେ, ବୁଧବାର ଦିନ ଜିଲ୍ଲା ର ସମସ୍ତ ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ମାନଙ୍କୁ ନେଇ ଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଅନୁଷ୍ଟିତ ସମୀକ୍ଷା ବୈଠକରେ କାର୍ଯ୍ଯ ତଦାରଖ ବେଳେ ଅନୁପସ୍ଥିତ ଥିବା ଟେକ୍ସ କଲେକ୍ଟର ଶ୍ରୀ କୃଷ୍ଣ ଭକ୍ତ ନାଏକ ଙ୍କୁ ପ୍ରଥମେ ବିଭାଗୀୟ ଅଧିକାରୀ ଓ ପରେ ଜିଲ୍ଲାପାଳ ନିଜେ ବାରମ୍ବାର ଫୋନ୍ କଲା ସତ୍ତ୍ବେ ବି ଫୋନ ନ ଉଠାଇବା ଯୋଗୁଁ ଓ ଲୋକ ଙ୍କ ରାଜସ୍ବ ପାଣ୍ଠି ରୁ ମାସକୁ ୮୨ ହଜାର ଟଙ୍କା ଦରମା ନେଇ ଲୋକ ଙ୍କ ସେବା ରେ ଓ ସରକାରୀ କାର୍ଯ୍ଯ ରେ ଘୋର ଅବହେଳା କରିଥିବା ଓ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ଯୋଗୁଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଏ ପଦକ୍ଷେପ ନେଇଥିବା ଜଣାଯାଇଛି l ଆଜି ସକାଳ ୧୦ ଟାରେ ଜିଲ୍ଲାପାଳ ଡ଼. ସାହୁ ପୁଣି ନିଜେ ପୌର ପରିଷଦ ଅଫିସ ରେ ପହଂଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ର ତଦାରଖ କରିଥିଲେ ଓ କର୍ମଚାରୀ ଶ୍ରୀ ନାଏକ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ନିଲମ୍ବନ କରିଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
