May 15, 2025
Home » ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗି କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ।

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗି କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ।

0
WhatsApp Image 2024-10-01 at 2.03.54 PM (1)

 

ଛତ୍ରପୁର: ଛତ୍ରପୁର ବ୍ଲକ ଅଧିନରେ ଥ‌ିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଧ୍ଯକ୍ଷତା କରିଥିଲେ । ପ୍ରାରମ୍ଭେ ମୁନିସିପେଣ୍ଠର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ସୌମ୍ୟକାନ୍ତ ମହାପାତ୍ରଙ୍କ ଉପସ୍ଥିତରେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ବୃନ୍ଦ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ପରେ ବିଧାୟକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ , ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ ଓ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ପ୍ରଧାନ ଆସନ ଗ୍ରହଣ କରିଥଲେ । ପରେ ସଭା ଗୃହରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ବରୁଣ ପାଣିଗ୍ରାହି, ସମସ୍ତ ଅତିଥି ମାନଙ୍କୁ ପରିଚିତ କରାଇବା ସହ ରୋଗୀ କଲ୍ୟାଣ ସମିତି ର ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ । ଏହି ବୈଠକରେ ୨୦ଜଣ ଟିବି ରୋଗୀ ମାନଙ୍କୁ ପୃଷ୍ଟିକର୍ ଖାଦ୍ୟ ପକେଟ୍ ବିଧାୟକଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ଏବଂ ବ୍ଲକ୍ ପ୍ରୋଗ୍ରାମ ମେନେଜର ସିମାଞ୍ଚଳ ପ୍ରଧାନ ଏବର୍ଷ ଆର୍ଥିକ ବର୍ଷରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ସି.ଏଚ.ସି ରେ କରାଯିବ ତାର ତାଲିକା ପ୍ରସ୍ତୁତି କରି ଉପସ୍ଥାପନା କରିଥିଲେ ।
ପୂର୍ବ ବର୍ଷରେ ହୋଇଥିବା ବୈଠକ ବିଷୟରେ ଆଲୋଚନା କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଓ ରୋଗୀମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ଯୋଗାଇ ପାରିବା ତାକୁ ନେଇ ଆଲୋଚନା କରାଯାଇଥିଲା । ବିଧାୟକ ଛତ୍ରପୁର ରୋଗୀ କଲ୍ୟାଣ ସମିତିକୁ ପରାମର୍ଶ ଦେଇ କହିଥିଲେ ଲୋକଙ୍କୁ ରୋଗ ବିଷୟରେ ଅଧିକ ସଚେତନ କରାନ୍ତୁ । ବର୍ତ୍ତମାନ ସାପ କାମୁଡାରେ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତାହାକୁ ଆଖିରେ ରଖି ସ୍ଵାସ୍ଥ୍ୟ ବିଭାଗ କତୃପକ୍ଷ ସଜାଗ ରୁହନ୍ତୁ ଯେଭଳି ଆମେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ପାରିବା । ସ୍ଵାସ୍ଥ୍ୟ କେନ୍ଦ୍ର ର ଅନେକ ଅସୁବିଧା ରହିଛି ଯେଭଳି ଆମେ ସମୟ ଅନୁଯାୟୀ ଏହାକୁ ସମାଧାନ କରିପାରିବା ତାହା ପାଇଁ ତାଲିକା ପ୍ରସ୍ତୁତ କରନ୍ତୁ । ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରି ସୌମ୍ୟକାନ୍ତ ମହାପାତ୍ର କହିଛନ୍ତି କର୍ମଚାରୀ ଅଭାବରୁ କିଛି କିଛି ସମସ୍ୟା ରହିଛି ତାହାକୁ ଆମେ ଯଥା ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବୁ । ଉକ୍ତ ବୈଠକରେ ବିଡ଼ିଓ ଛତ୍ରପୁର ସୁଶାନ୍ତ ବରାଳ, ବ୍ଲକ୍ ଶିକ୍ଷା ବିଭାଗ ପ୍ରତିନିଧି ରଘୁନାଥ ପ୍ରଧାନ , ବରିଷ୍ଟ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ ଏବଂ ଟିବି ଚମ୍ପିୟାନ ଓ ସମସ୍ତ ପଞ୍ଚାୟତ ରାଜ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆର୍ କେ ଏସ୍ ମେମ୍ବର ଟୁଲୁ ସାହୁ ,ରବୀନ୍ଦ୍ର ନାହାକ ଙ୍କ ସମେତ ବନୋଜ କୁମାର ନାହାକ, ଦୃଜ୍ୟଧନ ରେଡ୍ଡୀ, ଦୂର୍ଯ୍ୟ ପରିଡ଼ା , ଗୋପାଳ ପ୍ରହରାଜ,ପଦ୍ମ ପରିଡ଼ା, ବୃନ୍ଦାବନ ସେନାପତି, ରାଜେନ୍ଦ୍ର ନାହାକ,ଙ୍କ ସମେତ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

You may have missed