July 14, 2026
Home » ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ରାଜେଶ ମହାନନ୍ଦ ଙ୍କ ମର ଶରୀର ଜନ୍ମ ମାଟିକୁ ଆଣିବା ସହିତ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି l

ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ରାଜେଶ ମହାନନ୍ଦ ଙ୍କ ମର ଶରୀର ଜନ୍ମ ମାଟିକୁ ଆଣିବା ସହିତ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି l

0
WhatsApp Image 2026-06-04 at 1.27.49 PM

ସୁବର୍ଣ୍ଣପୁର: ବୌଦ୍ଧ ଗଡ଼ ପୌର ପରିଷଦ ଅନ୍ତର୍ଗତ ବାପୁଜୀ ନଗର ୱାର୍ଡ଼ ନମ୍ୱର – ୧୦ ର ଅତି ଗରିବ ନିରୀହ ଅସହାୟ ରାଜେଶ ମହାନନ୍ଦ (୨୬) ( ପିତା – ଶ୍ରୀ ଉତ୍ତମ ମହାନନ୍ଦ ) ଦାଦନ ଶ୍ରମିକ ଭାବରେ ଗତ ଅପ୍ରେଲ ମାସ ରେ ତାମିଲନାଡୁ ରାଜ୍ୟର କୋଇମ୍ବାଟୁର ଜିଲ୍ଲା ଅଧୀନସ୍ଥ ତିରିପୁର , ଅବିନାଶି ଗ୍ରାମର ଏକ ପ୍ରାଇଭେଟ୍ କମ୍ପାନୀ S C M କପଡା ମିଲ୍ ରେ କାର୍ଯ୍ୟ କରୁଥିଲେ l  ତା . ୦୩ – ୦୬ – ୨୦୨୬ ରିଖ ବୁଧବାର ଅପରାହ୍ନ ରେ କମ୍ପାନୀ ଭିତରେ କାର୍ଯ୍ୟରତ ଥିବା ସମୟରେ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି ।

ମୃତ ଦାଦନ ଶ୍ରମିକ ରାଜେଶ ମହାନନ୍ଦ ଙ୍କ ପିତା – ଉତ୍ତମ ମହାନନ୍ଦ, ମାତା – ଦୀପାଞ୍ଜଳି ମହାନନ୍ଦ ଙ୍କ ସହିତ ବୃଦ୍ଧ ଜେଜେବାପା ଶ୍ରୀ କ୍ଷେତ୍ର ମୋହନ ମହାନନ୍ଦ ଏବଂ ତିନୋଟି ଭାଇ ଭଉଣୀ ଅତି ଦୁଃଖ କଷ୍ଟରେ ଅପେକ୍ଷାରେ ରହିଛନ୍ତି । ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ଅତି ସମ୍ବେଦନଶୀଳ ଘଟଣା କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସୁବିଚାର କରି ଦାଦନ ଶ୍ରମିକ ଙ୍କ ମର ଶରୀର କୁ ନିଜ ଜନ୍ମ ମାଟିକୁ ଆଣିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଆର୍ଥିକ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *