October 3, 2026
Home » ମୃତ୍ୟୁ ସହିତ ସଂଘର୍ଷ ପରେ ଚାଲିଗଲେ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର

ମୃତ୍ୟୁ ସହିତ ସଂଘର୍ଷ ପରେ ଚାଲିଗଲେ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର

0
WhatsApp Image 2026-10-03 at 3.49.35 PM

 

ଗଣିଆ: ୬ ଦିନ ଧରି ମୃତ୍ୟୁ ସହିତ ସଂଘର୍ଷ ପରେ ସବୁଦିନ ପାଇଁ ଚିର ନିଦ୍ରାରେ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର । ଗତ ୨୬ ତାରିଖ ସନ୍ଧ୍ୟାରେ କିଶୋର ପ୍ରସାଦ ଗ୍ରାମର ସୁଶାନ୍ତ କୁମାର ପୃଷ୍ଟି ଏବଂ ଆର୍ତ୍ତତ୍ରାଣ ମିଶ୍ର ଗୋଟିଏ ବାଇକରେ ନିଜ ଘରକୁ ଯାଉଥିବା ବେଳେ କାଳିଆପଡା ଛକ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଉଭୟଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆର୍ତ୍ତତ୍ରାଣଙ୍କୁ ଚିକିତ୍ସା ପାଇଁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ତେବେ ୬ ଦିନ ଧରି ମୃତ୍ୟୁ ସହିତ ସଂଘର୍ଷ କରି ଚିକିତ୍ସାଧିନ ଥିବା ଗଣିଆ ବ୍ଳକ କିଶୋର ପ୍ରସାଦର ସମସ୍ତଙ୍କର ପ୍ରିୟ ଆର୍ତ୍ତତ୍ରାଣ ମିଶ୍ରଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । ଓଡିଶା କଳାକାର ଜଗତରେ ଗୋଟିଏ ଅପୂରଣୀୟ କ୍ଷତି ଘଟିଛି । ନୟାଗଡ ଜିଲ୍ଲାର ଜଣେ ବରିଷ୍ଠ ବ୍ୟଙ୍ଗ କବି ହିସାବରେ ସେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ତାଙ୍କର ସାଥି କଳାକାର ରବିନ୍ଦ୍ର କୁମାର ରାଉତ । ତାଙ୍କର ଅକାଳ ମୃତ୍ୟୁରେ ପରିବାରରେ ଦୁଇପୁଅ ଏବଂ ଧର୍ମପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି । ମହାପ୍ରଭୁ କାହାକୁ ଏଭଳି ଦୁଃଖ ନ ଦିଅନ୍ତୁ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ମରଶରୀରକୁ ଦେଖିବା ପାଇଁ ପୁରୀରେ ଅନେକ କଳାକାର, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

 

brajakishor sahu nka report

Leave a Reply

Your email address will not be published. Required fields are marked *