ଯାତ୍ରା ଦେଖା ରହିଗଲା ଅଧୁରା : ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗ ଙ୍କ ମୃତ୍ୟୁ l

ସୁବର୍ଣ୍ଣପୁର — କିଏ ଜାଣିଥିଲା ମୃତ୍ୟୁ ଅପେକ୍ଷା କରିଥିବ ବୋଲି l ଯାତ୍ରା ଦେଖିବାକୁ ଯାଇ ଆଉ ଫେରିଲେ ନାହିଁ l ଯାତ୍ରା ଦେଖା ଅଧୁରା ରହିଗଲା l ଗତ କାଲି ରାତ୍ର ସାଢେ ନଅ ଟା ସମୟରେ ଲଛିପୁର କୁ ଯାତ୍ରା ଦେଖିବାପାଇଁ ଯାଉଥିବାବେଳେ ବିନିକା ଥାନା ଘଣ୍ଟୋପାଲି ଗ୍ରାମର ରାଜେନ୍ଦ୍ର ବାରିକ (୩୫) ଓ ସଚିତl ପଧାନ (୨୯) ଙ୍କ ବାଇକ ଧକ୍କା ରେ ମୃତ୍ୟୁ ଘଟିଥିବା ନେଇ ମୃତକ ଙ୍କ ଭାଇ ଲିଙ୍ଗରାଜ ବାରିକ ବିନିକା ଥାନା ରେ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ ଘଣ୍ଟୋପାଲି ଗ୍ରାମର ରାଜେନ୍ଦ୍ର ବାରିକ ଓ ସଚିତl ପଧାନ ବାଇକ ଯୋଗେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ କଟାପାଲି ଗାଁ ମୁଣ୍ଡ ନିକଟରେ ଦୃତଗତି ରେ ପଛ ପଟରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା l ଫଳରେ ଦୁଇଜଣ ତଳେ ଛିଟିକି ପଡିଥିଲେ l ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡ଼ାକ୍ତର ରାଜେନ୍ଦ୍ର ଙ୍କୁ ମୃତ ଘୋଷଣା କରିଥିବା ବେଳେ ସଚିତା ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା l ବୁର୍ଲା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ରାଜେନ୍ଦ୍ର ଙ୍କ ଶବ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଓ ସଚିତା ଙ୍କ ଶବ ବୁର୍ଲା ଡ଼ାକ୍ତରଖାନl ରେ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିଲା l ଉଭୟ ଙ୍କ ଶବ ଗ୍ରାମକୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏନେଇ ଏକ ମାମଲା ରୁଜୁ ହେବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )