May 23, 2026
Home » ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ପ୍ରତିଭା ଆବାସିକ ମହାବିଦ୍ୟାଳୟ ର ଶତପ୍ରତିଶତ ସଫଳତା ।।

ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ପ୍ରତିଭା ଆବାସିକ ମହାବିଦ୍ୟାଳୟ ର ଶତପ୍ରତିଶତ ସଫଳତା ।।

0
WhatsApp Image 2026-05-22 at 1.43.10 PM

 

ଛତ୍ରପୁର: ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ହାସଲ କରି ଗୌରବ ଅର୍ଜନ କରିଛନ୍ତି ।ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ଜଣେ ମାତ୍ର ଛାତ୍ର ବିଘ୍ନେଶ କୁମାର ଚୌଧୁରୀ ୫୯୦ ନମ୍ବର ରଖି ରାଜ୍ୟରେ ପ୍ରଥମ ଦଶଜଣ ଙ୍କ ମଧ୍ୟରୁ ବିଘ୍ନେଶ ଅଷ୍ଟମ ସ୍ଥାନରେ ଟପର ହୋଇପାରିଛନ୍ତି । ଏହା ଯେ’ ଛତ୍ରପୁର ସହର ପାଇଁ ଗୌରବ ଆଣିଛନ୍ତି । ବିଘ୍ନେଶ କୁମାର ଚୌଧୁରୀ ଙ୍କ ପିତା ଅରୁଣ କୁମାର ଚୌଧୁରୀ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଙ୍କ ର ଜଣେ ଅର୍ଡରଲି-ପିଅନ ଭାବେ କାର୍ଯ୍ୟ କରୁଅଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷରେ ଯୁକ୍ତଦୁଇ ପରୀକ୍ଷା ରେ ସର୍ବମୋଟ ୧୮୮ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ୯୦ ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀ ରେ ୧୪୪ଜଣ ଦୃତୀୟ ଶ୍ରେଣୀରେ ୩୮ଜଣ ଓ ତୃତୀୟ ଶ୍ରେଣୀ ରେ ୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ନେଇ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅନୁଷ୍ଠାନ ପରିସରରେ ଗୁରୁବାର ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ଦେଇ ମାନପତ୍ର ସହ ଉପହାର ଓ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଛାତ୍ରଛାତ୍ରୀମାନେ ଏହି ସଫଳତା ର ଶ୍ରେୟ ଅନୁଷ୍ଠାନ ର ମୁଖ୍ୟ ତଥା ଡିନ୍ ଚିନ୍ମୟ କୁମାର ଦାଶ ଙ୍କୁ ସାଧୁବାଦ ଜଣାଇଛନ୍ତି । କଲେଜ ର ପରିଚାଳକ, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଗୁରୁଜନ ଓ ନିଜର ପିତା ମାତାଙ୍କୁ ବିଦ୍ୟାର୍ଥି ମାନେ ଶ୍ରେୟ ଦେଇଛନ୍ତି ।।

 

muna behera nka  report

Leave a Reply

Your email address will not be published. Required fields are marked *