May 23, 2026
Home » ରଥ ନିର୍ମାଣ କାର୍ଯ୍ୟ ୩୨ ତମ ଦିବସ

ରଥ ନିର୍ମାଣ କାର୍ଯ୍ୟ ୩୨ ତମ ଦିବସ

0
WhatsApp Image 2026-05-23 at 4.03.19 PM

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ମହାରଣା ସେବକ – ୭୮*ତିନିରଥ ଭୋଇ ସେବକ – ୭୭*ତିନିରଥ ର କରତି ସେବକ – ୪*ତିନିରଥ ରୂପକାର ସେବକ – ୨୧
*ତିନିରଥ ଓଝା କମାର ସେବକ -୨୦*ତୁମ୍ବ ବିନ୍ଧ କାରିଗର – ୨*ପାହି ମହାରଣା – ୨*ରଥଖଳା ସହାୟକ(ପାଣି ବାଲା) ୧ମୋଟ – ୨୦୫ ଜଣ
ରଥ ନିର୍ମାଣର ୩୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତି
(ଗତ କାଲି ସୁଦ୍ଧା ତିନିରଥର ପଞ୍ଚଦଣ୍ଡା ଚଉପଟ ପାଇଁ ବାହାର ରଥ ଖଳାରେ କାଠ ସାଇତା ସହ ତିନି ରଥର ଅଖ ନିର୍ମାଣ ଜାରୀ ରହିଥିଲା)
ତିନିରଥର ୧୪ ନହାକା ଚଉପଟ ଆରମ୍ଭତିନିରଥର ଚାରି ନାହାକା ଶେଷ ପରେ ଆରମ୍ଭ ହୋଇଛି ତିନିରଥର ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଆଜି ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ତିନିରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ୫ଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଫାଳି ଯୋଗାଇ ଦେଇଛନ୍ତି, ତିନିରଥର ମହାରଣା ସେବକ ମାନେ ଉକ୍ତ ଚଉଦ ନାହାକା କାଠ ଫାଳୀ ର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି, ଚଉପଟ ପରେ ଉକ୍ତ ନାହାକା କାଠ ର ଅଷ୍ଟ କୋଣିି ଆଁଶ ମରା କାର୍ଯ୍ୟ ହେବ। ଏହି ୧୪ ନାହାକା ତିନି ରଥରେ ଚାରି ନହାକା ର ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡ଼ା ସଂଯୋଗ ହୋଇ ତିନିରଥ ର ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ୍ ସଂଯୋଗ ହୋଇଥାଏ।
ତିନିରଥର ଗରଗରା ଚଉପଟ ଶେଷ ପରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି ତିନି ରଥର ୨୦ ଫୁଟିଆ ଗରଗରା ରେ ବିନ୍ଧ କାର୍ଯ୍ୟ, ପ୍ରତି ଗରଗରାର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ ଆୟତାକାର ବିନ୍ଧ ତିନିରଥର ମହାରଣା ସେବକ ମାନେ ଖୋଦେଇ ଜାରୀ ରଖିଛନ୍ତି ,ଏହି ଗରଗରା ଆୟତାକାର ବିନ୍ଧରେ ସଂଯୋଗ ହୋଇ ଉଠିବ ଚାରି ନାହାକା

ଶେଷ ପର୍ଯ୍ୟାୟରେ ଅଖ ନିର୍ମାଣ କାର୍ଯ୍ୟ
*ଏଥିସହ ତିନିରଥର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ଅଖ ନିର୍ମାଣ କାର୍ଯ୍ୟ ତିନିରଥର ସାନ ଉଛୁଳା, ଅଖ ଶେଷ ହୋଇ ନାହାକା ଏବଂ ପଡ଼ି ନାହାକା ଅଖ ଗୁଦିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ରୂପକାର
ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ରେ ରୂପ ଭୋଦେଇ ଶେଷ କରି ପଲିସ୍ କାର୍ଯ୍ୟ ସହ ଅଳଙ୍କାର ପକା କାର୍ଯ୍ୟ ସହ ତିନିରଥର ତୀଖ ଗୁଜ ଗୁଡିକରେ ସିଂହ ବିରାଳ ରୂପ ଖଦେଇ ଜାରୀ ରଖିଛନ୍ତି ।
କରତୀ ଚାଳି
କରତୀ ସେବକ ମାନେ ତାଳଧ୍ଵଜ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିତା କାର୍ଯ୍ୟ ପରେ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି।
କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଅଖ କଣ୍ଟା ସହ ଗରଗରା କଣ୍ଟା, ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା
ପାହି ମହାରଣା ଦୋଳବେଦୀ ଠାରେ ଅଣସର ତଥା ରଥ ଯାତ୍ରା ରେ ସେବା ନୀତି ପାଇଁ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ବି.ଦ୍ର
ତିନିରଥର ନିର୍ମାଣ ଅଗ୍ରଗତି ସମ୍ପର୍କୀୟ ସ୍ଥିର ଚିତ୍ର ଏଥିସହ ସାମିଲ ଅଛି।
SJTA

Leave a Reply

Your email address will not be published. Required fields are marked *