April 27, 2025
Home » ରାକ୍ଷୀ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ,ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ l

ରାକ୍ଷୀ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ,ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ l

0
WhatsApp Image 2024-08-20 at 1.37.01 PM (1)

 

ସୁବର୍ଣ୍ଣପୁର –ରାକ୍ଷୀକୁ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ ବୋଲି କୁହାଯାଏ ।ବନ୍ଧନ ହେଉଛି ସ୍ନେହ, ପ୍ରେମ ଏବଂ ପ୍ରତିଜ୍ଞାର । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ତେବେ ଏଭଲି ସମୟରେ ସବୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରୟାସ ଜାରି ରଖିଛନ୍ତି । ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷରକୁ ବଲାଙ୍ଗୀର ଜିଲ୍ଲା ଡେଙ୍ଗ ହାଇସ୍କୁଲର ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀମାନେ ଵୃକ୍ଷକୁ ରାକ୍ଷୀ ବନ୍ଧନ କରି ବୃକ୍ଷର ଦୀର୍ଘାୟୁ କାମନା କଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ କାର୍ଯ୍ୟମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡ଼କ୍ରସ କାଉନସେଲର ରାମନାରାୟଣ ଦାଶ ସଂଯୋଜନା କରିଥିଲେ । ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ପରେ ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ସୌଦାମିନୀ ରଣା, ମହିମା ରଣା, ଏଞ୍ଜଳ ସାଗର, ଅବିଗଲ ନାଗ, ବର୍ଷା ରଣା, ପ୍ରଣତି କୁମ୍ଭାର, ଧରିତ୍ରୀ କୁମ୍ଭାର ପ୍ରମୁଖ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବୃକ୍ଷ ଗୁଡିକ ପୂଜା କରିବା ସହ ରାକ୍ଷୀ ପିନ୍ଧାଇ ଥିଲେ ।
ଶିକ୍ଷକ ସୁଦର୍ଶନ ଦାଶ କୃପାସିନ୍ଧୁ ମିଶ୍ର, ହିମାଂଶୁ ଶେଖର ବିଶ୍ୱାଳ, ଲିଙ୍ଗରାଜ ନନ୍ଦ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଶିବାନୀ ମଲ୍ଲିକ, ଜୁନିଅର ଆସିଷ୍ଟାଣ୍ଟ ଅବିନାଶ ଭୋଇ ତଥା ଅନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ପରିଚାଳନା କରିଥିଲା ବେଳେ ଶିକ୍ଷୟିତ୍ରୀ ତପସ୍ୱିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *