ଘୁନା ହାଇସ୍କୁଲରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ
ସୁବର୍ଣ୍ଣପୁର : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଘୁନା ହାଇସ୍କୁଲର ଜୁନିୟର ରେଡ଼କ୍ରସ ତରଫରୁ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାଶିବ ମହାନନ୍ଦଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ କାର୍ଯ୍ୟମକୁ ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଭାକର ଛନ୍ଦ ସଂଯୋଜନା କରିଥିଲେ । ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ପରେ ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବୃକ୍ଷ ଗୁଡିକ ପୂଜା କରିବା ସହ ରାକ୍ଷୀ ପିନ୍ଧାଇ ଥିଲେ । ରାକ୍ଷୀକୁ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ ବୋଲି କୁହାଯାଏ ।ବନ୍ଧନ ହେଉଛି ସ୍ନେହ, ପ୍ରେମ ଏବଂ ପ୍ରତିଜ୍ଞାର । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ତେବେ ଏଭଲି ସମୟରେ ସବୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରୟାସ ଜାରି ରଖିଛନ୍ତି । ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷକୁ ବଲାଙ୍ଗୀର ଜିଲ୍ଲା ଘୁନା ହାଇସ୍କୁଲର ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀମାନେ ଵୃକ୍ଷକୁ ରାକ୍ଷୀ ବନ୍ଧନ କରି ବୃକ୍ଷର ଦୀର୍ଘାୟୁ କାମନା କଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲୋକନାଥ ପୁଟା,ସ୍ବର୍ଣ୍ଣକାନ୍ତି ମାଝୀ ଓ ସ୍ୱେଚ୍ଛାସେବୀ ବିଦ୍ୟାର୍ଥୀ ସୁବାଶିଷ ସର୍ବ, ରାଜେଶ ବେହେରା, ପ୍ରହଲ୍ଲାଦ ରଣା, ପ୍ରକାଶ ରଣା, ମନୀଷା ଶେଳମା, ଗୀତିକା ରଣା କଲ୍ୟାଣୀ ମନହିରା, ସୁନିତା, ଲିଜ଼ା ରଣା ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଲିକି ପ୍ରଧାନ ପରିଚାଳନା କରିଥିଲା ବେଳେ ଶିକ୍ଷକ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବର୍ଣ୍ଣପୁର ଈପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )