August 21, 2026
Home » ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି।

ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି।

0
WhatsApp Image 2026-02-04 at 9.05.13 AM (1)

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ….

ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି ଅନୁକ୍ରମେ ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଚାଷୀଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ।ଧାନ ଉତ୍ପାଦନ ପରେ ଧାନକିଣା ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରୁ ନାହିଁ। କଳାହାଣ୍ଡି ଜିଲ୍ଲାର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡି ରେ ପଡ଼ିରହିଛି।

 

ବିଜେପି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଓ ପରେ ୬୯ ଟଙ୍କା ମିଶାଇ ଦେବାକୁ ଘୋଷଣା କରି ଏବେ ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି ନେତା ମାନେ କହିଥିଲେ କଟନୀଛଟନୀରେ ଅତିଷ୍ଠ ହୋଇ ପଡ଼ିଥିବା ଜିଲ୍ଲାର ଚାଷୀଙ୍କ ଉପରେ ମିଲର୍ସମାନେ ଦାଉ ସାଧୁଛନ୍ତି। ଶୀତ କାକରରେ ପଡ଼ି ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମେଳା, ମହୋତ୍ସବରେ ମଉଜ କରୁଛନ୍ତି। ଏପରିକି ଖୋଦ ଉପ-ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ବଦଳରେ ସେମାନଙ୍କୁ ତାତ୍ସଲ୍ୟ କରିବାକୁ ପଛେଇନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେହିଭଳି ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ଚାଷୀ, ମହିଳା, ସାଧାରଣ ଲୋକଙ୍କ ହକ ଓ ଅଧିକାର ପାଇଁ ବିଜୁ ଜନତା ଦଳ ସବୁବେଳେ ରହିଥିଲା ଆଗକୁ ବି ରହିବ ବୋଲି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ କହିଛନ୍ତି ।

ସେହିପରି ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି, ରାଜ୍ୟରେ ସାମ୍ପ୍ରଦାୟିକ ଭେଦଭାବ ବୃଦ୍ଧି ସହିତ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଯାଇଥିବା ଅଭିଯୋଗ କରି ବିଜେଡି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେଡିର ବହୁ ନେତୃବୃନ୍ଦ ସାମିଲ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ସେହିପରି ଅପରାହ୍ନରେ ବିଜେଡି ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ଦେବାକୁ ଯାଇଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା। ସେହିପରି ଜିଲ୍ଲାପାଳ ଆସିବାରେ ବିଳମ୍ବ କରିବା ସହିତ ତାଙ୍କ ପ୍ରତିନିଧି ଭାବେ ଭବାନୀପାଟଣା ଉପଜିଲ୍ଲାପାଳଙ୍କୁ ଆଲୋଚନା ପାଇଁ ପଠାଇଥିଲେ। କିନ୍ତୁ ଜିଲ୍ଲାପାଳ ନିଜେ ଆସି ଦାବିପତ୍ର ଗ୍ରହଣ କରିବାକୁ ଜିଦ ଧରି ଅଡ଼ି ବସିଥିଲେ ବିଜେଡି ନେତୃବୃନ୍ଦ। ତେବେ ଦୀର୍ଘ ସମୟ ଧରି ଜିଲ୍ଲାପାଳ ନଆସିବାରୁ ଶତାଧିକ ବିଜେଡି ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ନାରାବାଜି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଗୋବର୍ଦ୍ଧନ ଦାଶ, ମହୋଷଧି ବାଗ, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ମହିଳା ସଭାନେତ୍ରୀ ଲଳିତା ନାଏକ, କଲ୍ୟାଣୀ ନାୟକ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବ ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ,ସାମନ୍ତ ଖମାରୀ ସମେତ ଜିଲ୍ଳାର ବିଜେଡ଼ି ନେତା ମାନେ ଏହି ବିଶାଳ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଅବିନାଶ ଠାକୁର ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଦଳର ବରିଷ୍ଠ ନେତା ଭବାନୀଶଙ୍କର ମିଶ୍ର ସଭା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।