ରାଜ୍ୟର ନେଚର ପାଥି ଚିକିତ୍ସକଙ୍କର ରେଜିଷ୍ଟ୍ରେସନ୍ ଦାବି
ଭୁବନେଶ୍ୱର : ରାଜ୍ୟରେ ଥିବା ଯୋଗ୍ୟ ନେଚର ପ୍ରାର୍ଥ ଚିକିତ୍ସକ ମାନଙ୍କର ତୁରନ୍ତ ରେଜିଷ୍ଟ୍ରେସନ୍ କରାଯାଉ, ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଚିକିତ୍ସାଳୟ ଓ ଗବେଷଣା ପ୍ରକଳ୍ପଟିର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ସହ ଆୟୁଷର ଦ୍ରୁତ ବିକାଶ ନିମନ୍ତେ ଆୟୁଷ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗରୁ ଅଲଗା କରାଯାଇ ସ୍ୱତନ୍ତ୍ର ମନ୍ତ୍ରଣାଳୟ ସହିତ, ଯୋଗ ନେଚରପାଥି ନିମନ୍ତେ ଆୟୁଷ ନିର୍ଦେଶାଳୟରେ ସ୍ୱତନ୍ତ୍ର ବିଭାଗ ସହିତ, ଆୟୁର୍ବେଦ ଓ ହୋମିଓପାଥି ପରି ସ୍ବତନ୍ତ୍ର କାଉନସିଲ୍ ଖୋଲାଯାଉ l ଏଥିସହ ଯୋଗ ନେଚରପାଥିର ଦ୍ରୁତ ବିକାଶ ନିମନ୍ତେ ପ୍ରଶାସନ ଏବଂ ଅଭିଜ୍ଞ ଚିକିତ୍ସକମାନଙ୍କୁ ନେଇ ଏକ କମିଟି ଗଢ଼ାଯାଉ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି, ଯୋଗ ନେଚର ପାଥି, ଓଡ଼ିଶାପକ୍ଷରୁ ଦାବି କରାଯାଇଛି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଆବାହକ ଡ଼ା. ନବକିଶୋର ଶତପଥୀ କହିଥିଲେ ଯେ, ସରକାର ରାଜ୍ୟର ପ୍ରତି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଁଏ ଚିକିତ୍ସାଳୟ ଖୋଲିବା ସହିତ ଭୁବନେଶ୍ୱରରେ “ଶ୍ରୀ ଜଗନ୍ନାଥ ଆଦର୍ଶ ଯୋଗ- ନେଚରପାଥି ସ୍ବାସ୍ଥ୍ଯ ଗ୍ରାମ” ପ୍ରତିଷ୍ଠା କରନ୍ତୁ l କିମ୍ବା ଯୋଗ୍ୟ ନେଚରପାଥି ଉତ୍ସର୍ଗୀକୃତ ବେସକାରୀ ଅନୁଷ୍ଠାନମାନଙ୍କୁ ପି ପି ପି ମୋଡ଼ରେ ଉକ୍ତ ପ୍ରକଳ୍ପ ପାଇଁ ମାଗଣାରେ ଜମି ପ୍ରଦାନ କରନ୍ତୁ। ଓଡ଼ିଶାରେ ଯୋଗ ନେଚରପାଥି ପାଇଁ ୧୯୯୧ ମସିହାରୁ ୨୦୨୬ ପର୍ଯ୍ୟନ୍ତ କଣ କରାଯାଇଅଛି ଏବଂ ୨୦୨୬ ରୁ ୨୦୩୫ ପର୍ଯ୍ୟନ୍ତ କଣ କରାଗଲେ ଉକ୍ତ ଚିକିତ୍ସା ପଦ୍ଧତିର ବିକାଶ ସହିତ ଓଡ଼ିଶାର ଜନସାଧାରଣ ଏହାର ଲାଭ ପାଇପାରିବେ ତାହାର ଏକ ଶ୍ୱେତପତ୍ର ପ୍ରକାଶ କରାଯାଇଥିଲା l ମୁଖ୍ୟ ଶାସନ ସଚିବ, ନିର୍ଦ୍ଦେଶିକା ଆୟୁଷ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଛିବୋଲି ଶ୍ରୀ ଶତପଥୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ରାଉତ (INO, ରାଜ୍ୟ ସଂଯଜୋକ ), ସୁବ୍ରତ କୁମାର ମେହେର, ରବିନାରାୟଣ ସାହୁ, ଚିତ୍ତରଞ୍ଜନ ସାହୁ, ବିନୋଦ କୁମାର ସାହୁ,l ସମ୍ପାଦକ ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
