ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ତୃତୀୟ ସନ୍ଧ୍ୟା
ଦର୍ଶକଙ୍କ ହୃଦୟ ଜିଣିଲା ସଂକୀର୍ତ୍ତନ ଧାରା l
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ହରିଶଙ୍କର କଳା ମଣ୍ଡପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ଓ ଲୋକକଳା ମହୋତ୍ସବ ର ତୃତୀୟ ଦିବସର ସାଂସ୍କୃତିକ ସଂନ୍ଧ୍ୟାରେ ମହୋତ୍ସବ କମିଟି ଆବାହକ ଦିବ୍ୟଶଙ୍କର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦେଇଥିବା ବେଳେ ପୂର୍ବତନ କଣ୍ଟାମାଳ ବିଧାୟକ ମହୀଧର ରଣା,କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ,ବିଜେପି ନେତା ପିନାକଧର ରଣା,ମହୋତ୍ସବ କମିଟି ସମ୍ପାଦକ ଓମପ୍ରକାଶ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ l ଏହି ଅବସରରେ ମଂଚାସୀନ ଅତିଥି ଓ ସମସ୍ତ ସଂକୀର୍ତ୍ତନ କଳାକାର ଓ ଦଳକୁ ମାନପତ୍ର ଦ୍ୱାରା ସମ୍ମାନୀତ କରାଯାଇଥିଲା l ଦିବ୍ୟଶଙ୍କର ରାଉତ ସଭାକୁ ପରିଚାଳନା କରିଥିବାବେଳେ ରଞ୍ଜନ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଶେଷରେ ଓମ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପରେ ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶାର ସୁନାମାଧନ୍ୟ ଓ ଲୋକପ୍ରିୟ କୀର୍ତନ ଗାୟିକା ଶ୍ରୀୟା ମେହେର, ରୋଜି ବରିହା,ଗାୟକ ବୁଲୁ ଶତପଥୀ, ଚନ୍ଦନ ମାହାର,ବିଶ୍ଵାମିତ୍ର ପାଣ୍ଡେ, ଓଁକାର ବିଶ୍ୱାଳ ଙ୍କ ଦମଦାର ରଙ୍ଗାରଙ୍ଗ ସଂକୀର୍ତ୍ତନ୍ୟ ଧାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ସେହିପରି ପତ୍ରାପାଲି ରକ୍ସା,ସିଣ୍ଡୋଲ, ଦିଗୁନମାଲ,ଗୋପାଲଜୀ ସଂକୀର୍ତନ୍ୟ ମଣ୍ଡଳୀ ରୁଣ୍ଡିମହୁଲ ଓ ଆଂଚଳିକ ସଂକୀର୍ତନ୍ୟ ମଣ୍ଡଳୀ, ବୌଦ୍ଧ ଆଦି ସଂକୀର୍ତ୍ତନ ମଣ୍ଡଳୀ ଉତ୍ସବରେ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ l ସଂକୀର୍ତ୍ତନ ଧାରା ର ମନଛୁଆଁ ନୃତ୍ୟ ସଙ୍ଗୀତକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
