August 20, 2026
Home » ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସୋନପୁର ସ୍କାଉଟ ଓ ଗାଇଡ ପୁରସ୍କୃତ।

ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସୋନପୁର ସ୍କାଉଟ ଓ ଗାଇଡ ପୁରସ୍କୃତ।

0
WhatsApp Image 2026-05-22 at 12.06.37 PM

ସୁବର୍ଣ୍ଣପୁର –ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡସ ସଂସ୍ଥା ଦ୍ୱାରା ୨୦୨୫ ବର୍ଷ ପାଇଁ ଓଡ଼ିଶା ଲୋକଭବନ୍ ଠାରେ ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟପୂରସ୍କାର ଉତ୍ସବ ଆୟୋଜିତ ହୋଇ ଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ବଂପତି ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିଥିଲେ।ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍କାଉଟ୍ସ ଓ ଗାଇଡସ ସଂସ୍ଥା ତରଫରୁ ଜିଲ୍ଲା ମୁଖ୍ୟ କମିଶନର ଶ୍ରୀମତୀ ମୀନାରାଣୀ ମଙ୍ଗଳ ଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ।ର ସ୍କାଉଟ ମାଷ୍ଟର୍ ଚିନ୍ମୟ କୁମାର ଦାସ ଓ କୋଶଲ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁରର ଗାଇଡ କ୍ୟାପଟେନ୍ ସସ୍ମିତା ନାୟକ ଙ୍କ ତତ୍ତ୍ଵାବଧାନରେ ୧୦ ଜଣ ସ୍କାଉଟ ଓ ଗାଇଡ ଯୋଗଦାନ କରି ମହାମହିମ ରାଜ୍ୟପାଳ ଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ପ୍ରକାଶ ଥାଉ କି ପୂର୍ବରୁ ଅନୁଷ୍ଠିତ ହୋଇଥିବା ରଜ୍ୟପୁରସ୍କର ପରୀକ୍ଷାରେ ସୋନପୁର ଜିଲ୍ଲାରୁ ୧୭୩ ଜଣ ସ୍କାଉଟ ଓ ୮୦ ଜଣ ଗାଇଡ ଉତ୍ତୀର୍ଣ୍ଣ ହୋଇଥିଲେ। ଜିଲ୍ଲା ଅତିରିକ୍ତ ମୁଖ୍ୟ କମିଶନର ଘନଶ୍ୟାମ ମେହେର, ଜିଲ୍ଲା ସମ୍ପାଦକ ବାଲାଜୀ ବିଶ୍ୱନାଥ, ସ୍କାଉଟ ସଂଗଠନ କମିଶନର ଅନନ୍ତରମ୍ ମେଣ୍ଡେଲି, ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ, ପଦ୍ମିନୀ ସାହୁ, ସନ୍ଧ୍ୟାରାଣୀ ଖେଟି,ଗଙ୍ଗାଧର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed