May 15, 2025
Home » ରାଜ୍ୟ ଆଶା କର୍ମୀଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ସାତ ଦଫା ଦାବି ପ୍ରଦାନ

ରାଜ୍ୟ ଆଶା କର୍ମୀଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ସାତ ଦଫା ଦାବି ପ୍ରଦାନ

0
WhatsApp Image 2024-10-14 at 5.30.30 PM

  ଭାରତ ମଜଦୁର ସଂଗଠନର ତତ୍ତ୍ୱାବଧାନରେ କେନ୍ଦ୍ର ଏବଂ ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାମାନକରେ ଆଶା କର୍ମୀମାନେ ସାତ ଦଫା ଦାବି ପ୍ରଦାନ କରିଛନ୍ତି । ଏହି ଅବସରରେ ସୋମବାର ଦିନ ରାୟଗଡ଼ା ଗାନ୍ଧୀ ପାର୍କ ଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ସାତ ଦଫା ଦାବି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
ସେମାନଙ୍କର ସାତ ଦଫା ଦାବି ମଧ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ , ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ , ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ , ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ , ଆଶା କର୍ମୀ ମାନଙ୍କୁ ଅବସର କାଳୀନ ସମୟରେ ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ସହ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ , ସବୁ ପିହେଚସି/ସିହେଚସିରେ ଆଶା ଗୃହ ନିର୍ମାଣ କରାଯାଉ , ଆଶା କର୍ମୀ ମାନଙ୍କୁ ଯାତାୟାତ ପାଇଁ ବିନା ସୁଧରେ ସ୍କୁଟି ଯୋଗାଇଦେବା ପାଇଁ ଦାବି କରାଯାଇଥିଲା। ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ରାଜ୍ୟବ୍ୟାପୀ ଧର୍ମଘଟ କରିବା ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି।
ଉକ୍ତ ରାଳୀ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ନେତୃତ୍ୱରେ ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱବୃନ୍ଦ ସହ ସମସ୍ତ କର୍ମକର୍ତ୍ତା ଅ°ଶଗ୍ରହଣ କରିଥିଲେ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed