ରାଜ୍ୟ ସ୍ତରୀୟ ତୀରନ୍ଦାଜ ଚମ୍ପିୟାନସିପରେ ବୌଦ୍ଧ ଜିଲ୍ଲା ର ସଫଳତା l
ବୌଦ୍ଧ —ରାଜ୍ୟ ସ୍ତରୀୟ ତୀରନ୍ଦାଜ ଚମ୍ପିୟାନସିପ-୨୦୨୪-୨୫ ସୁନ୍ଦରଗଡ ମୁନିସପାଲ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି । ତା -୨୨ଓ ୨୩ ଅକ୍ଟୋବର ଦୁଇଦିନ ଧରି ଅନୁଷ୍ଠିତ ଏହି ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ବିଭନ୍ନ ବିଦ୍ୟାଳୟରେ ମୋଟ -୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇ ଆସିଥିବା ୨୭୪ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ହୋଇଥିବା ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ତୀରନ୍ଦାଜୀ ୧୪ ବର୍ଷରୁ କମ ବାଳକ ବିଭାଗର ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରବୌଦ୍ଧ, ବ୍ରୋଞ୍ଜ ମେଡାଲ ଓ ୧୪ ବର୍ଷରୁ କମ ବାଳିକା ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ପ୍ରାଚୀପ୍ରଭା ମେହେର, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ଦୁଇଟି ରାଉଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରି ୨ ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ୧୭ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ସୁବ୍ରତ ନାୟକ ,ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା ଦୁଇଟି ରାଉଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରି ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।
ଓଭରଅଲ ରାଉଣ୍ଡରେ ପ୍ରାଚୀପ୍ରଭା ଓ ସୁବ୍ରତ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ (ଏସ॰ଜି॰ଏଫ॰ଆଇ) ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଅମ୍ଳାନ କଅଁର ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ସମସ୍ତ ତୀରନ୍ଦାଜୀ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି । ଟିମ ମ୍ୟାନେଜର ଭାବେ ଶ୍ରୀ ମହେନ୍ଦ୍ର ସାହୁ ଓ ଶ୍ରୀମତୀ ସରିତା ମେହେର ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ସହଯୋଗ କରିଥିଲେ । ଗୁରୁବାର ଦିନ ଆନ୍ତର୍ଜାତୀୟ ବାଳିକା ଦିବସ-୨୦୨୪ ପାଳନ ଅବସରରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କକ୍ଷଠାରେ ଆୟୋଜିତ ସଭାର ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ତିରନ୍ଦାଜୀ ପ୍ରାଚୀପ୍ରଭା ମେହେର ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ମଧ୍ୟ ନିଜ କାର୍ଯ୍ୟ।ଳୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘାନଶ୍ୟାମ ମେହେର ଜିଲ୍ଲା କ୍ରୀଡା ନିରିକ୍ଷକ ଶ୍ରୀ ଆନନ୍ଦ ବେହେରାଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀ ପ୍ରାଚୀପ୍ରଭା,ସୁବ୍ରତ ଓ ଅମ୍ଳାନ କଅଁରଙ୍କୁ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିନା ପ୍ରଦାନ କରିଥିଲେ । ଏହି ସଫଳତା ନିମନ୍ତେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘରସଭାପତି ଶ୍ରୀ ବସନ୍ତ କୁମାର ସାହୁ ଓ ସମ୍ପାଦକ ଶ୍ରୀ ଅର୍ଜୁନ କଅଁର; ସମସ୍ତ ଆୟୋଜକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ,କ୍ରୀଡା ନିରୀକ୍ଷକ ଓ ତୀରନ୍ଦାଜ କୋଚ ଶ୍ରୀ ମାନସ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ସଫଳ ପ୍ରତିଯୋଗୀ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତର କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଏହି ସଫଳତା ପାଇବାର ଆଶା ପୋଷଣ କରିବାସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
।ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )