December 14, 2024
Home » ରାମନାଗୁଡା ବିଡ଼ିଓଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଜନ ପ୍ରତିନିଧି

ରାମନାଗୁଡା ବିଡ଼ିଓଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଜନ ପ୍ରତିନିଧି

0

ରାୟଗଡା:-୧୩-୧୧-୨୦୨୪-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ୧୨ ଟି ପଞ୍ଚାୟତର ସରପଞ୍ଚ ମାନଙ୍କୁ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର ଅଣଦେଖା ସହ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ଭାବେ ପରିଚାଳନା କରୁ ନଥିବାରୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ , ଜିଲ୍ଲାପାଳ ପାରୁଲ ପାଟୁୱାରୀ ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତଙ୍କୁ ଆଜକୁ ପ୍ରାୟ ତିନି ବର୍ଷ ହେଲା ପଂଚାୟତ ସମିତି ବୈଠକ ଦୁଇ ମାସ କୁ ଥରେ ଅନୁଷ୍ଠିତ ହେବା କଥା ତାହା ନହୋଇ ବର୍ତ୍ତମାନ ଛଅ ମାସ କୁ ଥରେ ବୈଠକ ଆୟୋଜନ କରାଯାଉଥିବା , ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତକୁ ଆସୁଥିବା ସରକାର ଙ୍କ ବାର୍ଷିକ ଅର୍ଥରାଶିର ବିଭିନ୍ନ ପ୍ରକଳ୍ପକୁ ପ୍ରତି ପଞ୍ଚାୟତକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ବେଳେ ଅବଗତ ମଧ୍ୟ କରୁନାହାନ୍ତି ଯଦ୍ବାରା ସରକାରଙ୍କ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିବାରେ ସଫଳ ହୋଇ ପାରୁନାହୁଁ, ଯାହାକି ପଂଚାୟତ ବାସୀ ଙ୍କୁ ମୌଳିକ ସୁବିଧା ଯୋଗାଇରେ ଅସୁବିଧା ହେଉଛି ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ପ୍ରକଳ୍ପ ଏସଏଫସି ,ସିଏଫସି, ସ୍ୱତନ୍ତ୍ର ପାଣ୍ଠି ,ସରକାରୀ ଅନୁଦାନ ପାଣ୍ଠି, ବିଦ୍ୟାଳୟ ମରାମତି ଓ ରକ୍ଷଣାବେକ୍ଷଣ ପାଣ୍ଠି, ଆଇଟିଡିଏ,ଓଟିଏଲପି ପାଣ୍ଠି ,ଏସ ଏଣ୍ଡମି,ସହିତ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଯୋଜନା ଗୁଡ଼ିକ ସରପଞ୍ଚଙ୍କ ଅଜାଣତରେ କାର୍ଯ୍ୟ ଗୁଡିକ ଚାଲୁଅଛି ।ସମସ୍ତ ପିଆରଆଇ ସଦସ୍ୟଙ୍କୁ ଅବଗତ କରାଯାଇ ପ୍ରତ୍ୟେକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ସର୍ବଦା ପଂଚାୟତ ସମିତିର କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ବିଲ୍ ଶୀଘ୍ର କରାଯାଉଥିବା ବେଳେ ଗ୍ରାମ ପଞ୍ଚାୟତ ସ୍ତରୀୟ କାର୍ଯ୍ୟ ଗୁଡ଼ିକର ବିଲ୍ ଗୁଡିକ ଅଣଦେଖା କରିବା ସହ ଅବହେଳା କରୁଛନ୍ତି ବୋଲି ଲିଖିତ ଭାବେ ସ୍ମାରକପତ୍ର ଦେବା ସହିତ ରାମନାଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ସରପଞ୍ଚ ମାନଙ୍କୁ ନ୍ୟାୟ ଦେବା ନିମନ୍ତେ ଅବଗତ କରିଛନ୍ତି ।ଉପରଲିଖିତ ବିଷୟରେ ରାଜ୍ୟ ସରକାର ଓ ରାୟଗଡା ଜିଲ୍ଲାପାଳ ଖୁବଶୀଘ୍ର ସମସ୍ୟାର ସମାଧାନ ନକରନ୍ତି ତାହାହେଲେ ଆନ୍ଦୋଳନ କରାଯିବ ବୋଲି ଜଣାଇଛନ୍ତି।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *