April 27, 2025
Home » ରାୟଗଡ଼ା ସ୍ଵଂୟ ଶାସିତ ମହାବିଦ୍ୟାଳୟରେ “ରାଷ୍ଟ୍ରୀୟ ସେବା ଯୋଜନା (ଏନ ଏସ ଏସ) ଦିବସ” ପାଳିତ

ରାୟଗଡ଼ା ସ୍ଵଂୟ ଶାସିତ ମହାବିଦ୍ୟାଳୟରେ “ରାଷ୍ଟ୍ରୀୟ ସେବା ଯୋଜନା (ଏନ ଏସ ଏସ) ଦିବସ” ପାଳିତ

0
WhatsApp Image 2024-09-24 at 2.27.00 PM

 

“ରାଷ୍ଟ୍ରୀୟ ସେବା ଯୋଜନା (ଏନ ଏସ ଏସ) ଦିବସ” ସେପ୍ଟେମ୍ବର ୨୪ ତାରିଖରେ ରାୟଗଡ଼ା ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ୟକ୍ରମରେ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ, ଅବସପ୍ରାପ୍ତ ସରକାରୀ ହୋମିଓପାଥିକ ଚିକି୍ସାଧିକାରୀ ତଥା ରାଷ୍ଟ୍ରୀୟ ପ୍ରାଥମିକ ଚିକିତ୍ସା ସେବା ପ୍ରଶିକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜିର ବିଷୟ ବସ୍ତୁ “ସ୍ଵଭାଵ ସ୍ୱଚ୍ଛତା ଏବଂ ସଂସ୍କାର ସ୍ୱଚ୍ଛତା” ଉପରେ ଗୁରୁତ୍ବ ଦେବା ସହ ଧୁମ୍ରପାନ, ମଦ୍ୟ ସେବନ ର କୁପ୍ରଭାବ ଯୁବ ସମାଜକୁ କିପରି ନଷ୍ଟ କରିବା ସହ କ୍ୟାନସର, ହୃଦରୋଗ ଭଳି ମାରାତ୍ମକ ରୋଗ ଆକ୍ରାନ୍ତ କରୁଛି ସେ ସଂକ୍ରାନ୍ତରେ ବୁଝାଇଥିଲେ। ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ନିରାକରଣ କରଣ ପାଇଁ ସ୍ୱଚ୍ଛ ପାଣି, ସୁଷମ ଖାଦ୍ୟ ଓ ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡାକ୍ତର ବବିଲତା ସ୍ରଫ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଉଜ୍ବଳ ଭବିଷ୍ୟତ ସହ ପରିଷ୍କାର ପରିଚ୍ଛନ୍ନତାର ଅଭାବ ସ୍ବାସ୍ଥ୍ୟ ଉପରେ କିପରି କୁପ୍ରଭାବ ପକାଏ ଏଵଂ ଆଜିର ଦିବସର ଲକ୍ଷ୍ୟ ବିଷୟରେ ବୁଝାଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ଡାକ୍ତର ସାହୁଙ୍କୁ ଉପଢୋକନ୍ ଦେଇ ପରିଶେଷରେ ସମ୍ମାନିତ କରିଥିଲେ। ଶ୍ରୀ ଏ ଭି ଭାସ୍କର ଗୁପ୍ତା ଏବଂ ମାଡ଼ମ ମୋନାଲିସା ପାଣିଗ୍ରାହୀ କାର୍ଯ୍ୟକ୍ରମ ଅଧିକାରୀ ଉପସ୍ଥିତ ଥିଲେ। ୧୦୦ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମକୁ ବୁଝିଥିଲେ ଏଵଂ ନିଜ ଜୀବନର ସୁରକ୍ଷା ସହ ସମାଜର ପ୍ରେତ୍ୟେକ ବର୍ଗର ସେବା କରିବାକୁ ପ୍ରତିଜ୍ଞା ନେଇଥିଲେ। ପରିଶେଷରେ ଶ୍ରୀ ଭାସ୍କର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *