December 22, 2024
Home » ରାୟଗଡାରେ ମହା ଆଡମ୍ବରରେ ଗୁରୁ ପୁର୍ଣିମା ସମ୍ପର୍ନ୍ନ

ରାୟଗଡାରେ ମହା ଆଡମ୍ବରରେ ଗୁରୁ ପୁର୍ଣିମା ସମ୍ପର୍ନ୍ନ

0

ହଜାର ହଜାର ଲୋକ ପ୍ରତିବର୍ଷ ଗୁରୁ ପୂର୍ଣ୍ଣିମା ପର୍ବକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଗୁରୁପୂର୍ଣ୍ଣିମା ଦିବସଟି ସେହିପରିଷ ସମସ୍ତ ଶିକ୍ଷକ ଏବଂ ଗୁରୁମାନଙ୍କ ପାଇଁ ଉତ୍ସର୍ଗୀକୃତ । ଗୁରୁ ପୂର୍ଣ୍ଣିମା ୨୦୨୪ ଅବସରରେ ରାୟଗଡ଼ ରେଲୱେ ଇ°ଞ୍ଜିନିୟର କଲୋନି ସ୍ଥିତ ଶ୍ରୀ ଶିରିଡି ସାଇ ବାବା ମନ୍ଦିର ଠାରେ ୨୧/୦୭/୨୪ ତାରିଖ ରବିବାର ଦିନ ଅତି ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରବିବାର ରାୟଗଡ଼ ଜିଲ୍ଲା ତଥା ରାୟଗଡ଼ ସହରରେ ଗୁରୁ ପୂର୍ଣ୍ଣିମା ଅବସରରେ ଶିରିଡି ସାଇ ବାବାଙ୍କ ମନ୍ଦିରରେ ଏକ ଧାର୍ମିକ ଉତ୍ସାହରେ ପାଳିତ ମଧ୍ୟରେ ବିଶେଷକରି ଦିନସାରା ହଜାର ହଜାର ଭକ୍ତଙ୍କ ମନ୍ଦିର ପରିଦର୍ଶନ କରିବା ସହ ଦିନସାରା ଭକ୍ତମାନେ ସ୍ୱତନ୍ତ୍ର ପୂଜା, ହୋମା, ଅଭିଷେକ ଏବଂ ଅନ୍ୟାନ୍ୟ ରୀତିନୀତି କରିଥିଲେ।

ଓମ ସାଇ ରାମଙ୍କ ଜପ ସହିତ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରତିଧ୍ୱନିତ ହେଉଥିବା ଦେଖିବାକୁ ମିଳିଥିଲା ।‌
କାକଟ ଆରତୀ ସହ ସକାଳ ୫.୧୫ ସମୟରେ ଆରମ୍ଭ ହେବା ପରେ ସକାଳ ୦୬.୩୦ ସମୟରେ ପଞ୍ଚାମ୍ରୁତା ଅଭିଷେକ,ସକାଳ ୯.୦୦ ସମୟରେ ହୋମ ଏବଂ ପୂର୍ଣ୍ଣାହୁତି , ମଧ୍ୟାହ୍ନ ୧୨.୩୦ ସମୟରେ ମଧ୍ୟାହ୍ନ ଆରତୀ ଏବଂ ତିର୍ଥ ପ୍ରସାଦ,ନାରାୟଣ ସେବା (ପ୍ରସାଦ ସେବନ), ସନ୍ଧ୍ୟା ୬.୦୦ଟାରେ ଭଜନ ସହ ସନ୍ଧ୍ୟା ୦୬.୦୦ ସମୟରେ ଦୀପରାଧନା (ପ୍ରତ୍ୟେକ ଟିକେଟ୍ ୨/- ଟଙ୍କା କେବଳ),ସନ୍ଧ୍ୟା ୭ଟା ସମୟରେ ଧୁପ ଆରତୀ,ରାତି ରାତି ୦୯.୦୦ ସମୟରେ ସ୍ୱତନ୍ତ୍ର ଭଜନ ଓ ୯.୧୫ ସମରରେ ଶିରିଡି ସାଇ ବାବା ପାଲ୍କାକି ଯାତ୍ରା, ରାତି ୧୦.୩୦ ସମୟରେ ଶେଜ ଆରତୀ ସହ ସମ୍ପର୍ନ୍ନ ହୋଇଥିଲା । ଶ୍ରୀ ସାଇ ବାବାଙ୍କ ପାଦ ପୂଜାପାଠ କରିବା ପରେ ମନ୍ଦିର ଟ୍ରଷ୍ଟି ସଭ୍ୟମାନେ ଶ୍ରୀ ସାଇବାବା ସମାବ୍ଦୀ ଶତାବ୍ଦୀ ସ୍ତମ୍ଭର ପତାକାର ଆନୁଷ୍ଠାନିକ ପୂଜା କରିଥିଲେ, ଏହା ପରେ ଏହାକୁ ପୁନସ୍ଥାପିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You may have missed