ରିଲ୍ସ କୁଇନ୍ ରୁକ୍ସାନା ବାନୋ ମୃତ୍ୟୁ ଘଟଣା: କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….
କଳାହାଣ୍ଡିର ରିଲ୍ କୁଇନ୍ ରୁକ୍ସାନା ବାନୋ ମୃତ୍ୟୁ ମାମଲାରେ ମଙ୍ଗଳବାର ଜଣାଶୁଣା କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ସମେତ ୩ ଜଣଙ୍କ ବିରୋଧରେ ଭବାନୀପାଟଣା ଟାଉନ୍ ଥାନାରେ ମାମଲା ରୁଜୁ ପରେ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
ବୁଧବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଭବାନୀପାଟଣା ସଦର ଏସ୍ଡିପିଓ, ଭବାନୀପାଟଣା ଟାଉନ୍ ଥାନା ଆଇଆଇସି, ଭବାନୀପାଟଣା ସଦର ଥାନା ଆଇଆଇସି, ଡାକ୍ତର, ସାଇଣ୍ଟିଫିକ୍ ଟିମ୍ ଓ ଅନ୍ୟ ଅଧିକାରୀମାନେ ଶବ ବ୍ୟବଚ୍ଛେଦ ନିମନ୍ତେ କବରସ୍ଥାନଠାରେ ପହଞ୍ଚିଥିଲେ। ରୁକ୍ସାନାଙ୍କୁ କବର ଦିଆଯାଇଥିବା ସ୍ଥାନ ଖୋଳିବାକୁ ଯିବା ବେଳେ ତାଙ୍କ ମା’ ଓ ଭଉଣୀ ତୀବ୍ର ବିରୋଧ କରିଥିଲେ।ଫଳରେ ମାଜିଷ୍ଟ୍ରେଟ୍ ଓ ପୁଲିସ ଘଟଣାସ୍ଥଳରୁ ଫେରି ଯାଇଥିଲେ।ନେଇ ଭବାନୀପାଟଣା ଟାଉନ ଥାନା ଆଇଆଇସିଙ୍କୁ ପଚାରିବାରୁ ଧର୍ମୀୟ ଭାବନା ଯୋଗୁଁ ପରିବାର ଲୋକେ କବରସ୍ଥାନରୁ ଶବ ବ୍ୟବଚ୍ଛେଦ ନିମନ୍ତେ କାଢ଼ିବା ପାଇଁ ମନା କରିଥିବା ସୂଚନା ଦେଇଛନ୍ତି।ଗୋଟିଏ ପଟେ ବିଷଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇବେଳେ ଅନ୍ୟପଟେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ବାରଣ କରିବା ଘଟଣା ସାଧାରଣରେ ନାନା ପ୍ରକାର ସଂଶୟ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ବଲାଙ୍ଗୀର ସହରର ଜିତ ସୁନା‘ଦିଲ୍ବାଲି’ ଆଲବମ୍ ସୁଟିଂ ନିମନ୍ତେ ରୁକ୍ସାନାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ଅଗଷ୍ଟ ୧୦ ତାରିଖ ସକାଳ ୮ଟାରେ ଏହି ଆଲବମ୍ର ସୁଟିଂ ବଲାଙ୍ଗୀର ବଲ୍ୟାଣ୍ଡରେ ହୋଇଥିଲା । ସୁଟିଂ ଚାଲୁଥିବା ସମୟରେ ଦିନ ପ୍ରାୟ ଗୋଟାଏରେ ପ୍ରଯୋଜକ ଟିମ୍ ର ଜଣେ ବ୍ୟକ୍ତି ଫଳରସ ଆଣି ରୁକ୍ସାନାଙ୍କୁ ପିଇବାକୁ ଦେଇଥିଲେ। ସୁଟିଂ ସାରି ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ଅଗଷ୍ଟ ୧୨ ତାରିଖରେ ସେ ଭବାନୀପାଟଣା ଫେରି ଆସିଥିଲେ। ପୁଣିଥରେ‘ତୁଇ ରସିଆ’ ଆଲବମସୁଟିଂ ପାଇଁ ଆଲେକ୍ସ ଫୋନ୍ କରି ଡାକିଥିଲେ। ସୁଟିଂ ସରିବା ପରେ ବଲାଙ୍ଗୀରର ଏକ ହୋଟେଲରେ ସେମାନେ ରହିଥିଲେ ସେଠାରେ ରୁକ୍ସାନାଙ୍କୁ ଭୀଷଣ ଜ୍ଵର ହୋଇଥିଲା।ପ୍ରାୟ ୭ଦିନ ଯାଏ ସେ ଅସୁସ୍ଥତା ଅନୁଭବ କରିଥିଲେ। ରୁକ୍ନାଙ୍କବଡ଼ଭଉଣୀ ରୁବି ବାନୋ ତାଙ୍କୁ ସେଠାରୁ ଆଣି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବା ପରେ ଅଗଷ୍ଟ ୨୯ ତାରିଖରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ଭି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଆହୁରି ବିଗିଡ଼ିବାରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ସକାଳେ ରୁକସାନାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..