ରେଆର ତରଫରୁ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ l
ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ରେଆର ସୋନପୁର ତରଫରୁ ବେସିକ ନିଡ୍ ଇଣ୍ଡିଆ ସହାୟତାରେ ମାନସିକ ସ୍ବାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ସାର୍ବଜନୀନ ସ୍ୱାସ୍ଥ୍ୟ ବିସ୍ତାର ଅଧିକାରୀଣୀ ଅମିତା ଚାନ୍ଦ,କାର୍ଯ୍ୟକ୍ରମରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଓ କାର୍ଯ୍ୟକ୍ରମ ସଂଯୋଜକ ଧନୁଦ୍ଧର ନାଏକ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ l ଫିଲଡ ୱାର୍କର ମିତ୍ରଭାନୁ ମଲ୍ଲିକ ଓ ବେସିକ ନିଡ୍ ଇଣ୍ଡିଆର ରାଜ୍ୟ ସଂଯୋଜକ ରାଜୀବ କର୍ମୀ ମାନସିକ ସ୍ତରରେ ଅସୁସ୍ଥ ବ୍ୟକ୍ତି ଓ ସେମାନଙ୍କ ପରିବାର ସମ୍ମୁଖୀନ ହେଉଥିବା ଅନ୍ଧବିଶ୍ୱାସ, ଅଣଦେଖା ଓ ପ୍ରତିକୁଳ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ମାନସିକ ସ୍ୱାସ୍ଥ୍ୟ ସଚେତନତା, ମାନସିକ ରୋଗର ଲକ୍ଷଣ, ଚିକିତ୍ସା ଆଦି ନେଇ ବ୍ୟାପକ ଭାବରେ ଅଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ତରଭା ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଆଶା, ଅଙ୍ଗନୱାଡି କର୍ମୀ, ସି. ଆର.ପି, ୱାର୍ଡ ସଭ୍ୟା, ଗୋଷ୍ଠୀ ସ୍ବେଛlସେବୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଗୁଣନିଧି ମାଝୀ ଓ ଜିତେନ୍ଦ୍ର ସାହୁ ସହଯୋଗ କରିଥିବା ବେଳେ ଫିଲଡ ୱାର୍କର ଲକ୍ଷ୍ମଣ କୁଆଁର ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
