May 15, 2025
Home » ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ର ରେଡ ମଡ଼ ପଣ୍ଡ ଭାଙ୍ଗି ଚାଷ ଜମି ଓ ଗାଁ କୁ ପଶିଲା ବିଷାକ୍ତ ପାଣି।

ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ର ରେଡ ମଡ଼ ପଣ୍ଡ ଭାଙ୍ଗି ଚାଷ ଜମି ଓ ଗାଁ କୁ ପଶିଲା ବିଷାକ୍ତ ପାଣି।

0
WhatsApp Image 2024-09-15 at 12.24.31 PM

 

କଳାହାଣ୍ଡି ଜିଲ୍ଳା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ର ରେଡ ମଡ଼ ଡଷ୍ଟ ପାଣି ଥିବା ପୋଖରୀ ବନ୍ଦ ଭାଙ୍ଗି ଯିବାରୁ ବଡ଼ ଘାଇ ସୃଷ୍ଟି ହୋଇ,ଡଷ୍ଟ ପାଣି ଚାଷ ଜମି ରେ ମାଡିଯାଇ, ରାସ୍ତା , ନଦୀ ବ୍ରିଜ ରେ ପାଣି ମିଶୁଛି।ଡଷ୍ଟ ପାଣି ବହିବା ଦ୍ବାରା ଚାଷ ନଷ୍ଟ ହୋଇ ଚାଷୀ ଙ୍କ କ୍ଷୟକ୍ଷତି ଘଟିଛି। ନଦୀ ରେ ପାଣି ମିଶିବା ଦ୍ବାରା ଚର୍ମ ରୋଗର ଆଶଙ୍କା ରହିଛି।

 

ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି. ଲାଞ୍ଜିଗଡ ଅଞ୍ଚଳବାସୀ ବେଦାନ୍ତ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କଳାହାଣ୍ଡି ଜିଲ୍ଳାର ଲାଞ୍ଜିଗଡ ସ୍ଥିତ ବେଦାନ୍ତ କାରଖାନା ରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ନିର୍ଗତ ପାଇଁ ଏକ ପୋଖରୀ ଖନନ ହୋଇଛି ଯେଉଁ ପୋଖରୀ କୁ ରେଡମଡ଼ ପଣ୍ଡ ବୋଲି କୁହାଯାଏ।ଖରା ଦିନ ଏହି ପୋଖରୀ ର ଡଷ୍ଟ ଉଡି ସମଗ୍ର ଲାଞ୍ଜିଗଡ ଅଞ୍ଚଳ କୁ ଦୂଷିତ କରୁଥିବା ବେଲେ ବର୍ଷା ମାସରେ ଏହି ଡଷ୍ଟ ରେ ପାଣି ରହିଥାଏ।ଏହି ପାଣି ନଦୀରେ ଓ ଚାଷ ଜମିରେ ପଡି ଚାଷ ନଷ୍ଟ ହେଉଥିବା ବେଲେ ମଣିଷ ମଧ୍ୟ ଏହି ପାଣି ବ୍ୟବହାର କରି ବିଭିନ୍ନ ସଂକ୍ରମଣ ରୋଗ ର ଶିକାର ହେଉଥିବାବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି।ଏହି ବିଷାକ୍ତ ପୋଖରୀ ସମ୍ପ୍ରତି ଭୁଶୁଡି ପଡ଼ିଥିବା ବେଳେ ଲାଞ୍ଜିଗଡ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *

You may have missed