January 26, 2025
Home » ଲୋକସଭାରେ ବଲାଙ୍ଗୀର ସା଼ଂସଦ ଉଠାଇଲେ ସୋନପୁର -ସମ୍ବଲପୁର ନୂତନ ରେଳ ଲାଇନ୍ ପ୍ରସଙ୍ଗ

ଲୋକସଭାରେ ବଲାଙ୍ଗୀର ସା଼ଂସଦ ଉଠାଇଲେ ସୋନପୁର -ସମ୍ବଲପୁର ନୂତନ ରେଳ ଲାଇନ୍ ପ୍ରସଙ୍ଗ

0

ସୁବର୍ଣ୍ଣପୁର – ଲୋକସଭାରେ ଉଠିଲା ସମ୍ବଲପୁର ସୋନପୁର ରେଲଲାଇନ୍ ପ୍ରସଙ୍ଗ। ଅନେକ ଦିନରୁ ଥିବା ଜନସାଧାରଣ ଙ୍କ ଏହି ଦାବି କୁ ଖୁବ ସୁନ୍ଦର ଭାବରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ମାନ୍ୟବର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଶୀଘ୍ର ରୁ ଶୀଘ୍ର ସମ୍ପୂର୍ଣ୍ଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଯାହାକି ଅତ୍ୟନ୍ତ ଖୁସିର କଥା।  ସେଥିପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସଭାପତି ସିତାଂଶୁ ଶେଖର ମିଶ୍ର ମାନ୍ୟବର ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇବା ସହ ବାସ୍ତବିକ କ୍ଷେତ୍ର ରେ ଏହାକୁ କିଭଳି ସମ୍ଭବ କରାଯାଇ ପାରିବ ସେଥିପାଇଁ ସମସ୍ତ ନେତୃବର୍ଗ ଉଦ୍ୟମ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *