July 29, 2026
Home » ‘ଶକ୍ତିଶ୍ରୀ’ – ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

‘ଶକ୍ତିଶ୍ରୀ’ – ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
1001199224
ନୟାଗଡ଼ : ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରକାଶ କୁମାର ରାଉତଙ୍କ ସଭାପତିତ୍ୱରେ ‘ଶକ୍ତିଶ୍ରୀ’ – ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ତାଙ୍କ ଉଦ୍‌ଘାଟନୀ ଭାଷଣରେ ଛାତ୍ରୀମାନେ ସମାଜରେ ଶକ୍ତି, ସାହସ, ଆତ୍ମବିଶ୍ୱାସ ଓ ସମ୍ମାନର ସହିତ ଅବତୀର୍ଣ୍ଣ ହେବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ଛାତ୍ରୀମାନଙ୍କୁ ଦକ୍ଷତା, ଆତ୍ମରକ୍ଷା କୌଶଳ ଉପରେ ବର୍ଣ୍ଣନା କରିଥିଲେ । ଶ୍ରୀମତୀ ସାହୁ ଏହି ଅନୁଷ୍ଠାନର ଛାତ୍ରୀରୂପେ ନିଜର ଅଭିଜ୍ଞତା ବଖାଣିଥିଲେ ।
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍, ନାରୀସୁରକ୍ଷା ଏବଂ ସଚେତନତା ହିଁ ସଶକ୍ତିକରଣ ବୋଲି ସୂଚାଇଥିଲେ ।ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ବନ୍ଦନା ନାୟକଙ୍କ ମାର୍ଗଦର୍ଶନରେ ଡଃ ଦିଲ୍ଲୀପ କୁମାର ମିଶ୍ର, ଶ୍ରୀମତୀ ରିଙ୍କୁ ଖାଡେଙ୍ଗା, ଅଧ୍ୟାପକ ଡ଼ଃ ଆଶୁତୋଷ ମିଶ୍ର, ଶ୍ରୀ ନାରାୟଣ ହୋତା, ଶ୍ରୀ ରବୀନ୍ଦ୍ର ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଛାତ୍ରୀ ସାବିତ୍ରୀ ସାହୁ ଏବଂ ଶକ୍ତିଶ୍ରୀ ସାଥି ଅନନ୍ୟା ମୈତ୍ରୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ମତାମତ ଦେଇଥିଲେ ।ପରିଶେଷରେ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ବନ୍ଦନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *