September 30, 2026
Home » ଶହୀଦ ଭଗତ ସିଂ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳିତ।

ଶହୀଦ ଭଗତ ସିଂ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳିତ।

0
WhatsApp Image 2026-09-30 at 3.57.24 PM

ବ୍ରହ୍ମପୁର ,: (ନରସିଂହ ଡାକୁଆ) ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆନନ୍ଦ ନଗର କେନାଲ ସାହି ଠାରେ ଅବସ୍ଥିତ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସହିଦ ଭଗତ ସିଂ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଭଗତ ସିଂ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ମହାସମାରୋହରେ ପାଳିତ ହୋଇଥିବ ଏହି କାର୍ଯ୍ୟକ୍ରମରେ ସକାଳେ ଭାରତର ସୁପ୍ରସିଦ୍ଧ ଶଙ୍କର ଚକ୍ଷୁ ଚିକିତ୍ସାଳୟ,ସୋମରଝଳ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଏବଂ ଅସ୍ତ ପ୍ରଚାର ଶିବିର ଅନୁଷ୍ଠିତ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହି ସମସ୍ତ ରୋଗୀଙ୍କ ଚକ୍ଷୁର ପରୀକ୍ଷା ସହ ବ୍ଲଡ଼ ସୁଗାର,ବିପି ଆଦି ପରୀକ୍ଷା ସହିତ ଯେଉଁମାନଙ୍କୁ ଅସ୍ତ୍ର ପ୍ରଚାର୍ ଆବଶ୍ୟକ ସେମାନଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ତାଙ୍କ ନିଜସ୍ଵ ଗାଡ଼ିରେ ନିଆଯାଇଥିଲା।ଏହି ଶିବିରରେ ରୋଗୀଙ୍କୁ ଅପରେସନ ଠାରୁ ଆରମ୍ଭ କରି ସେମାନଙ୍କୁ ନେବା ଆଣିବା ରହିବା ଖାଇବା ଔଷଧ ଆଦି ସମସ୍ତ ଖର୍ଚ୍ଚ ମେଡିକାଲ ତରଫରୁ କରାଯାଇଥିଲା।ସକାଳର ଏହି ଚକ୍ଷୁ ଚିକିତ୍ସା ଶିବିର ରେ ଯୁବ ଆଇନଜୀବୀ ଅସିତ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବି ସତ୍ୟନାରାୟଣ ପାତ୍ର ଉପସ୍ଥିତ ଥିଲେ। ମଧ୍ୟାହ୍ନରେ ଆହୋଜିତ ଜନ୍ମ ଜୟନ୍ତୀ ସଭାରେମୁଖ୍ୟ ଅତିଥି ଭାବେ ଯୁଵ ସମାଜସେବୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ହୃଷିକେଶ ମହାପାତ୍ର, ଅବସର ପ୍ରାପ୍ତ ସାମରିକ କର୍ମଚାରୀ ଅଜିତ ପାଢ଼ୀ, ଅବସର ପ୍ରାପ୍ତ ମହାନଗର ନିଗମ କର୍ମଚାରୀ ତଥା ଉପଦେଷ୍ଟା ଡି ଜିବନ କୁମାର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟସେନ ପ୍ରଧାନ, ସଂଘ ସଭାପତି ମନୋଜ କୁମାର ଚୌଧୁରୀ, ସମ୍ପାଦକ ମୁନା ସେଠୀ ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କ ଜୀବନୀ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ। ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିମଳ ଆଚାର୍ଯ୍ୟ, ଜୟରାମ, ଏମ୍ ବିଷ୍ଣୁମୂର୍ତ୍ତି ,ଡି ତାରକେଶ୍ଵର ଙ୍କ ସମେତ ବହୁସଂଖ୍ୟକ ଲୋକ ଯୋଗ ଦେଇଥିଲେ। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *