July 15, 2025
Home » ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ପାଇଁ ସୋଆକୁ ଗୋଲ୍ଡେନ୍ ଷ୍ଟାର ଆଇକନ୍ ସମ୍ମାନ

ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ପାଇଁ ସୋଆକୁ ଗୋଲ୍ଡେନ୍ ଷ୍ଟାର ଆଇକନ୍ ସମ୍ମାନ

0
THE GOLEN STAR

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଗତ ଶନିବାର ନୂଆଦିଲ୍ଲୀ ଠାରେ ଆଭିଭା କିଅନ୍ ପକ୍ଷରୁ ‘ଲିଡର ଇନ୍ ଏଜୁକେସ୍‌ନାଲ୍ ଡେଭଲପ୍‌ମେଂଟ ଆଣ୍ଡ ସୋସିଆଲ୍ ଇମ୍ପାକ୍ଟ’ ଭାବେ ମନୋନୀତ କରାଯାଇ ଗୋଲ୍ଡେନ୍ ଷ୍ଟାର ଆଇକନ୍ ଆୱାର୍ଡ ପ୍ରଦାନ କରାଯାଇଛି। ସୋଆ ପକ୍ଷରୁ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ କଲ୍କି ଧାମର କଲ୍କି ପିଠାଧିଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍‌, ଉତର ପ୍ରଦେଶ ସରକାରଙ୍କ ବୈଦ୍ୟୁତିକ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ସୁନୀଲ ଶର୍ମା, ପୂର୍ବତନ ସାଂସଦ ଶ୍ରୀ ଅନୀଲ ଅଗ୍ରୱାଲ, ଉତରପୂର୍ବ ଦିଲ୍ଲୀର ମୁନିସିପାଲ୍ କାଉନ୍‌ସିଲର ଶ୍ରୀମତୀ ସତ୍ୟା ଶର୍ମା ଓ ବିଜେପି ନେତ୍ରୀ ଶ୍ରୀମତୀ ରୁଚିକା ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ।
ଶିଳ୍ପ, ମନୋରଞ୍ଜନ, କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଗଣମାଧ୍ୟମ, ଉଦ୍ୟୋଗ ଏବଂ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *