ଶ୍ରମ କୋର୍ଡ଼କୁ ବାତିଲ କରିବା ଦାବିରେ ୨୩ ସେପ୍ଟେମ୍ବର କୁ କଳା ଦିବସ ରୂପେ ପାଳିଲା ମିଳିତ ଶ୍ରମିକ ସଂଗଠନ

ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ତ୍ରିପତି ଗମାଙ୍ଗ ନେତୃତ୍ୱରେ ଚଳିତ ମାସ ୨୩/୦୯/୨୪ ତାରିଖ ଦିନ ରାୟଗଡା ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି ଡିଏଲଓ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମ ବୋଡ ଓ ଘରୋଇ କରଣକୁ ବାତିଲ କରିବା ଦାବୀରେ କଳା ଦିବସ ପାଳନ କରାଯାଇଛି l
କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧିନ ଫେଡ଼େରେସନ ସମୂହ ପକ୍ଷରୁ ବାରମ୍ବାର କୋର୍ଡ଼କୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ ସୁଧା କେନ୍ଦ୍ର ସରକାର ଶ୍ରମ କୋର୍ଡ଼କୁ ଲାଗୁ ଲାଗି ଉଦ୍ଯମ ଜାରି ରଖିବା ଏକ ନିନ୍ଦନୀୟ ଘଟଣା। ଏଠାରେ ଉଲ୍ଲେଖ ଥାଉକି ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ପ୍ଟେମ୍ବର ୨୨ ରେ ଶ୍ରମ କୋର୍ଡ଼କୁ ସଂସଦରେ କୌଣସି ଚର୍ଚ୍ଚା ନ କରି କୋର୍ଡ଼ର କିଛି ଅଂଶକୁ ପାସ୍ କରିଥିବାରୁ ଥିବାରୁ ତାହାକୁ ନିନ୍ଦା କରିବା ସହିତ ୨୦୨୪ ସେପ୍ଟେମ୍ବର ୨୩ କୁ କଳା ଦିବସ ଭାବେ ପାଳନ କରିବା ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନରେନ୍ଦ୍ର ମୋଦୀ କଂ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଶ୍ରମ ବୋର୍ଡ ବାତିଲ କରିବା, ଦେଶର ସମ୍ପତ୍ତି କର୍ପୋରେଟ ମାନଙ୍କୁ ବିକ୍ରି ବନ୍ଦ କରିବା, ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରି ୩୪୦୦୦/- ଟଙ୍କା କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ସ୍କିମ୍ ୱାର୍କରସ ମାନକୁଂ ଶ୍ରମିକ ମାନ୍ୟତା ଯୋଗାଇ ଦେବା ଦାବୀ ନେଇ ଶ୍ରମିକ ନେତା ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି, ଭବାନୀ ଶଙ୍କର ଜେନା ଓ ବଳରାମ କୈଶଲ୍ୟା ଵୈ ଶାମ୍ବା ମୂର୍ତ୍ତି ଅନାନ୍ୟ ନେତାଗଣ କେନ୍ଦ୍ର ସରକାର ଶ୍ରମିକ ମାରଣା ନିତିକୁ ତିବ୍ର ସମାଲୋଚନା କରିଥିଲେ।
ଆଇଏ ଟିୟୁସି, ଭବାନୀ ଶଙ୍କର ଜେନା , ରୁନା ନାୟକ ଏଆଇସିସିଟିୟୁ ତ୍ରିପତି ଗମାଙ୍ଗ, ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି ଏଆଇଟିୟୁସି ବଲରାମ କୌଶଲ୍ୟା , ସିଆଇଟିୟୁ ହରେଦ୍ରନାଥ ହରିଚନ୍ଦନ, ଵୈ ଶାମ୍ବ ମୂର୍ତ୍ତୀ, ସୁନିଲ ଉପସ୍ଥିତ ଥିଲେ ।