ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ଧାରଣା ବିକ୍ଷୋଭ ପ୍ରଦର୍ଶନ

0 20

ଶ୍ରୀମନ୍ଦିର ଚାରିଦ୍ୱାରରେ ପୁରୀର ବାସିନ୍ଦା ଙ୍କୁ ପ୍ରବେଶ ଦାବି କରି ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀ ସହର ବାସୀ ଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପ୍ରତିଦିନ ମହାପ୍ରଭୁ ଙ୍କୁ ପୁରୀ ବାସୀ ଦର୍ଶନ କରି ବିଭିନ୍ନ ଦୈନନ୍ଦିନ କାମ କାର୍ଯ୍ୟ ସହ ବିଭିନ୍ନ ଶୁଭ କାର୍ଯ୍ୟ କରିଥାନ୍ତି। ପୂର୍ବରୁ କଟକଣା ନ ଥିବା ବେଳେ ଶ୍ରୀମନ୍ଦିର ର ଅନ୍ୟ ଦ୍ୱାର ଦେଇ ଖୁବ କମ ସମୟ ରେ ମହାପ୍ରଭୁ ଙ୍କୁ ଦର୍ଶନ କରି ମହାପ୍ରସାଦ ଆଣି ଫେରିବା ସହ ବିଭିନ୍ନ କାମ କାର୍ଯ୍ୟ ରେ କମ ସମୟ ରେ ଯାଇ ପାରୁଥିଲେ। ହେଲେ ସିଂହ ଦ୍ୱାର ରେ କେଵଳ ପ୍ରବେଶ ନୀୟମ ଲାଗୁ ପରେ ପୁରୀ ବାସୀ ବାହାରୁ ଆସୁଥିବା ଭକ୍ତ ଙ୍କ ଭଳି ଗହଳି ରେ ଠିଆ ହୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି। ଫଳରେ ପୁରୀ ବାସୀ ନିଜର ଦୈନିକ କାର୍ଯ୍ୟ କରିବାରେ ବହୁ ଅସୁବିଧା ସମୁଖିନ ହେଉଚନ୍ତି। ଅନ୍ୟ ସ୍ଥାନ ରୁ ଭକ୍ତ ମାନେ ବର୍ଷ କେବେ କେବେ ଆସୁଥିବା ବେଳେ ସେମାନେ ଲାଇନ ରେ ରହି ଗଲେ ତାଙ୍କୁ କିଛି ଯାଏ ଆସେ ନାହିଁ। କିନ୍ତୁ ପୁରୀ ସହର ବାସି ନିଜ ଗାଁ ମନ୍ଦିର କୁ କଣ ଅନ୍ୟ ଭକ୍ତ ଙ୍କ ଭଳି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପ୍ରବେଶ କରିବା କେତେଦୂର ଠିକ ବୋଲି ଶ୍ରୀଜଗନ୍ନାଥ ସେନା କହିଛି। ବିନା ଭକ୍ତ ରେ ରଥଯାତ୍ରା ଅୟୋଜନ , ହେରିଟେଜ ସିଟି ଗଠନ ରେ ପୁରୀ ବାସୀ ଅନେକ ତ୍ୟାଗ କରିଥିବା ବେଳେ ତାହା ପ୍ରତିବଦଳରେ ପୁରୀ ବାସୀ ଙ୍କ ଧାର୍ମିକ ଅଧିକାର ଛଡାଇ ନେବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସରକାର ଙ୍କୁ ପ୍ରଶ୍ନ କରିଛି ଶ୍ରୀଜଗନ୍ନାଥ ସେନା । ସେହିପରି ଭକ୍ତ ମାନେ ପଞ୍ଚ ତୀର୍ଥ ଦର୍ଶନ ରେ ଆସୁଥିବା ବେଳେ ଶ୍ରୀମନ୍ଦିର ଭିତରେ ଥିବା ଅନ୍ୟତମ ତୀର୍ଥ ରୋହିଣୀ କୁଣ୍ଡକୁ ନିଲାମ ନ ନେବା ଆଳରେ ବନ୍ଦ କରି ରଖିବା ନେଇ ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ କଡା ସମାଲୋଚନା କରିଛି। ସେହିପରି ରତ୍ନ ଭଣ୍ଡାର ଖୋଲିବା ରେ ସରକାର ଓ ପ୍ରଶାସନ ର ଟାଳଟୁଳ ନୀତି କୁ ମଧ୍ୟ ଶ୍ରୀଜଗନ୍ନାଥ ସେନା ଦୃଢ଼ ନିନ୍ଦା କରିଛି। ତୁରନ୍ତ ପୁରୀ ବାସିନ୍ଦା ଙ୍କ ପାଇଁ ଶ୍ରୀମନ୍ଦିର ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି , ଶ୍ରୀମନ୍ଦିର ରୋହିଣୀ କୁଣ୍ଡ ଭକ୍ତ ଙ୍କ ପାଇଁ ଖୋଲିବା ଏବଂ ରତ୍ନ ଭଣ୍ଡାର ଖୋଲିବା ଦାବି ସରକାର ଶୀଘ୍ର ପୂରଣ ନ କଲେ ଶ୍ରୀଜଗନ୍ନାଥ ସେନା ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.