ଶ୍ରୀ ନୀତି ସେଖର ଆଇପିଏସ୍ ଡିଆଇଜିପି, ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ( SWR,) କୋରାପୁଟର ଯୋଗଦାନ

ଶ୍ରୀ ନୀତି ସେଖର ଆଇପିଏସ୍ ୦୨/୧୦/୨୪ ତାରିଖରେ କୋରାପୁଟରେ ଶ୍ରୀ ଚରଣ ସିଂ ମୀନା, ଆଇପିଏସ୍ ଙ୍କ ଠାରୁ ଡିଆଇଜିପି, ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ( SWR,) କୋରାପୁଟର ଦାୟିତ୍ଵ। ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ବିଭାଗୀୟ ଅଧିକାରୀ ସ୍ବାଗତ କରିଥିଲେ ଓ ଏହା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆଇନ ଶୃଙ୍ଖଳା ଏବଂ ଗୁଇନ୍ଦା ବିଭାଗ ସହ ଜଡିତ ପୋଲିସ ସଚେତନତା ରହିବ ଏବଂ ପୋଲିସ ବିରୋଧରେ ଆସୁଥିବା ଅଭିଯୋଗ ବିରୋଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ ।
ପୁର୍ବରୁ ୮୯ତମ ଓଡ଼ିଶା ପୋଲିସ୍ ଗଠନ ଦିବସ ଅବସରରେ ଶ୍ରୀ ନୀତି ଶେଖର, ଆଇପିଏସ୍, ଡିଜିପି, ୱେଷ୍ଟର୍ଣ୍ଣ ରେଞ୍ଜ, ରାଉରକେଲାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଡିଜିପିଓଡିଶା ଅରୁଣ କୁମାର ସାରଙ୍ଗୀ ତାଙ୍କୁ ଡିଜିପିଙ୍କ ଡିସ୍କ ସହିତ ସମ୍ମାନିତ କରିଥିଲେ ।
ଶ୍ରୀ ଚରଣ ସିଂ ମୀନା, ଆଇପିଏସ୍ ୨୪/୦୫/୨୩ ରେ କୋରାପୁଟରେ ଡିଆଇଜିପି,( SWR,), କୋରାପୁଟର ଦାୟିତ୍ଵ ଗ୍ରହଣ କରିଥିଲେ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ