October 9, 2026
Home » ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ।

ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ।

0
WhatsApp Image 2026-10-09 at 1.22.07 PM

 

​ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ପ୍ରାଣହାନି ଘଟିଛି। ଚନ୍ଦନପୁର ଥାନା ଅନ୍ତର୍ଗତ ସମଜାଜପୁର ଗ୍ରାମ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।​ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ବାଇକ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ସମରାଜପୁର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍‌ ସହ ପିଟି ହୋଇଯାଇଥିଲେ। ଦୁର୍ଘଟଣା ପରେ ଉଭୟ ଯୁବକ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଚନ୍ଦନପୁର ଥାନା ପୋଲିସକୁ ଖବର ଦେଇଥିଲେ।​ଖବର ପାଇ ଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।​ପ୍ରାରମ୍ଭିକ ଅବସ୍ଥାରେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କ ପରିଚୟ ସ୍ପଷ୍ଟ ହୋଇଛି। ମୃତ ଦୁଇ ଯୁବକ ଜଗତସିଂହପୁର ଅଞ୍ଚଳର ଦେବି ଲକ୍ଷ୍ମୀ ନାରାୟଣ ଦାସ ଓ ସୁଦୀପ୍ତ କୁମାର ଜେନା ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *