October 10, 2024
Home » ସମବାୟ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସମୀକ୍ଷା ବୈଠକ ଉଦଯାପିତ 

ସମବାୟ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସମୀକ୍ଷା ବୈଠକ ଉଦଯାପିତ 

0

 

ସମବାୟ ସମିତି ଏଭଳି ସଶକ୍ତ ହେବା ଜରୁରୀ ଯେଉଁଠି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରିବ: ମୁଖ୍ୟ ଶାସନ ସଚିବ  ଗ୍ରାମାଞ୍ଚଳରେ ସମବାୟକୁ ସଶକ୍ତ କରିବାକୁ ହେବ ସମ୍ମିଳିତ ଉଦ୍ୟମ l ସଶକ୍ତ ସମବାୟ ଜରିଆରେ ସଶକ୍ତ ଭାରତ ଗଠନ ପାଇଁ ପ୍ରସ୍ତୁତ ରୋଡମ୍ୟାପକୁ କାର୍ଯ୍ୟକାରୀ ନିମନ୍ତେ ସହମତି l ‘ସହଯୋଗରେ ସମୃଦ୍ଧି’ ଦୂରଦୃଷ୍ଟିକୁ ପ୍ରାଧାନ୍ୟ ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୪ ସମବାୟ ଅନୁଷ୍ଠାନମାନଙ୍କର ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳରେ ସମବାୟ ସମିତିକୁ ମଜବୁତ କରିବା ଉଦ୍ଦେଶ୍ୟରେ ସମବାୟ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ସଫଳତାର ସହ ଶେଷ ହୋଇଛି । ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା ଏହାକୁ ଉଦଘାଟନ କରିଥିବା ବେଳେ ସମବାୟ ମନ୍ତ୍ରାଳୟର ଶାସନ ସଚିବ ଡ଼ ଆଶିଷ କୁମାର ଭୁଟାନୀ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ କୁମାର ଆହୁଜା ବୈଠକକୁ ସମ୍ବୋଧନ କରି କହିଥିଲେ, ସମବାୟ ସମିତି ଏଭଳି ସଶକ୍ତ ହେବା ଜରୁରୀ ଯେଉଁଠି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରିବ । ତୃଣମୂଳସ୍ତରରେ ଦୃଢ ସଂଗଠନ ଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିବା ସହ ଗୁଣାତ୍ମକ ଇନପୁଟ୍, ଷ୍ଟୋରେଜ୍ ଷ୍ଟ୍ରକଚର, ପ୍ରକ୍ରିୟାକରଣ ସୁବିଧା, ଋଣ ସୁବିଧା ଏବଂ ବଜାର ସୁବିଧା ଭଳି ସମସ୍ତ ମୌଳିକ ଆବଶ୍ୟକତା ପୂରଣ ପାଇଁ ଜାତୀୟ ଅନୁଷ୍ଠାନମାନେ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଅମୁଲ୍ ଓ ବହୁରାଜ୍ୟ ସମବାୟ ସମିତିର ଉଦାହରଣ ଦେଇ ସେ ଆହୁରି ମଧ୍ୟ କହିଛନ୍ତି, କମ୍ପ୍ୟୁଟରୀକରଣ, ଜନ ଔଷଧୀ କେନ୍ଦ୍ର ପରି ପଦକ୍ଷେପ ସମେତ ସମବାୟ ସମିତି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବାର ଏକମାତ୍ର କେନ୍ଦ୍ର । ଲୋକମାନଙ୍କର ନିଜର ଅନୁଷ୍ଠାନ ଭାବରେ ସମବାୟ ସମିତିର ଅନେକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ତିନୋଟି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତରେ ପହଞ୍ଚାଇବା ପାଇଁ ଜାତୀୟ ସମୀକ୍ଷା ବୈଠକର ଆୟୋଜନ

Leave a Reply

Your email address will not be published. Required fields are marked *