November 19, 2026
Home » ସମ୍ଭାବ୍ୟ ବାତ୍ୟା ” ଅକ୍ଵାନ ” ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ” ଅକ୍ଵାନ ” ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ବାତିଲ

0
WhatsApp Image 2026-11-19 at 1.59.50 PM

l ସୁବର୍ଣ୍ଣପୁର -ବୌଦ୍ଧ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ (Akvan) ଏବଂ ସରକାରୀ କର୍ମଚାରୀ ଙ୍କ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ବୌଦ୍ଧଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ, ତହସିଲଦାର ଏବଂ ଅନ୍ୟ ସମସ୍ତ ସରକାରୀ କର୍ମଚାରୀ ତା ୧୮.୧୧.୨୦୨୬ ରୁ ୨୨.୧୧.୨୦୨୬ ପର୍ଯ୍ୟନ୍ତ ଛୁଟି ନେଇ ପାରିବେ ନାହିଁ l ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ଛୁଟି ମଧ୍ୟ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।
ଏହି ସମୟ ମଧ୍ୟରେ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟ ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ଯେଉଁ କର୍ମଚାରୀମାନେ ମୁଖ୍ୟାଳୟ ବାହାରେ ଅଛନ୍ତି, ସେମାନେ ତୁରନ୍ତ ନିଜ ନିଜ ମୁଖ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ଓ ବର୍ଷାଜନିତ ପରିସ୍ଥିତିର ମୁକାବିଲା, ଜନସାଧାରଣଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରୁଏହି ନିର୍ଦ୍ଦେଶ ଜାରି କରାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *