April 27, 2025
Home » ସରକାରୀ ଅର୍ଥ ଦୁରୁପଯୋଗ ନେଇ ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ

ସରକାରୀ ଅର୍ଥ ଦୁରୁପଯୋଗ ନେଇ ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ

0
WhatsApp Image 2024-08-24 at 1.30.00 PM

 

ସୁବର୍ଣ୍ଣପୁର — ସରକାରୀ ଅର୍ଥ ଦୁରୁପଯୋଗ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ସୈାମ୍ୟ ରଞ୍ଜନ ଖେତି ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ପ୍ରକଳ୍ପ ନିଦ୍ଦେଶକ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା -୪୩୭୬/୧୫ – ୮ – ୨୪ ରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି । ଏହା ସହ ଉକ୍ତ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅନିଳ ପଧାନଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି । ସୁଚନା ଅନୁସାରେ , ବିନିକା ର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଥିବା ଜମାଖାତା ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ କ୍ଷେତି ଓ ବରିଷ୍ଠ ଶିକ୍ଷକ ଶ୍ରୀ ପଧାନ ପରିଚାଳନା କରୁଥିଲେ । ହେଲେ ଶ୍ରୀ ପଧାନ ତାଙ୍କ ଦସ୍ତଖତ ଜାଲିଆତି କରାଯାଇ ଆକାଉଣ୍ଟ ପରିଚାଳନା କରାଯାଇଥିବା ନେଇ ଗତ ୩ ତାରିଖ ଦିନ ବିନିକା ବିଇଓ ଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଶିକ୍ଷା ଅଧିକାରୀ ଓ ବିଇଓ ଆଦର୍ଶ ସ୍କୁଲକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମିଲିଥବା ସୂଚନା ଅନୁସାରେ , ଭୁବନେଶ୍ବର ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଗତ ୧୫ ତାରିଖ ଦିନ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଖେତି ଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ସେ ନିଲମ୍ବିତ ହେବା ଦିନ ଠାରୁ ଯୋଗ ଦେଇ ନ ଥିବା ଜଣାପଡ଼ିଛି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *