April 27, 2025
Home » ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବାଧୀନତା ଦିବସ ପାଳିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବାଧୀନତା ଦିବସ ପାଳିତ

0
WhatsApp Image 2024-08-16 at 10.52.26 AM

 

ଚିକିଟୀ, ୧୫।୮ (ଜଗନ୍ନାଥ ପଣ୍ଡା ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୮ତମ ସ୍ବାଧୀନତା ଦିବସ‌ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ପି. ରାମା ରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ବ୍ୟବସାୟୀ ଜଗନ୍ନାଥ ପଣ୍ଡା ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଶିଶୁଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗୃତ କରିବା ପାଇଁ ପ୍ରେରଣ ଦାୟୀ ବକ୍ତବ୍ୟ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗୁରୁଜୀ ଏସ୍.ସତ୍ୟ ନାରାୟଣ ଓ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଷୋୟୀ ପ୍ରମୁଖ ଆଜିର ଦିନର ଉଦ୍ଦେଶ୍ୟ ଉପରେ ଉଦବୋଧନ ଦେଇଥିଲେ । ଏହି ଅବସରରେ କୁନିକୁନି ଶିଶୁ ମାନେ ସାଂସ୍କୃତିକ ଓ ଦେଶାତ୍ମକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ବହୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଉପ ସଭାପତି ସନ୍ତୋଷ ସାହୁ, ସନ୍ଧ୍ୟାରାଣୀ ସେଠୀ, ରବି ରାଉଳ ଗୁରୁଜୀଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଓ ପରିଚାଳନା ସମିତିର ସହ‌ଯୋଗରେ ସଫଳ ରୂପାୟନ ହୋଇଥିଲା ।

 

Leave a Reply

Your email address will not be published. Required fields are marked *